Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗୁଣିଗାରେଡ଼ି ସନେ୍ଦହ: ପିଟି ପିଟି ଯୁବକଙ୍କୁ ହତ୍ୟା, ୪ ଗିରଫ

    Share on :
    Date: Aug 8, 2018    Views: 73

    କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବାମେବାରୀ ଥାନା ଅନ୍ତର୍ଗତ ପିଢିପୋଖରୀ ଗ୍ରାମରେ ଗୁଣିଗାରେଡି ସନେ୍ଦହରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି ।  ହତ୍ୟା କରିବା ପରେ ହତ୍ୟାକାରୀମାନେ ତାଙ୍କୁ ଏକ ନାଳରେ ଫିଙ୍ଗି ଦେଇଥିବା ଜଣାଯାଇଛି ।  ତେବେ ଏହି ସଂଘବନ୍ଧ ହତ୍ୟାକାଣ୍ଡ ଘଟଣାରେ ପୁଲିସ ବୁଧବାର ୪ ଜଣଙ୍କୁ ଗିରଫ କରିଛି । 
    ପ୍ରକାଶ ଯେ,  ଗ୍ରାମର ଟୁଟୁ ମୁଣ୍ଡାଙ୍କ ମା’ଙ୍କ ଗତ କିଛି ଦିନ ତଳେ ମୃତୁ୍ୟ ହୋଇଥିଲା । ତେବେ ମା’ଙ୍କ ମୃତୁ୍ୟ ପାଇଁ ଟୁଟୁ ଗ୍ରାମର ସୁଦାମ ମୁଣ୍ଡା(୪୦)ଙ୍କୁ ସନେ୍ଦହ କରୁଥିଲେ । ସୁଦାମ ଜଣେ ତାନ୍ତ୍ରିକ ଓ ତାଙ୍କ ଗୁଣିଗାରେଡ଼ି ଯୋଗୁଁ ମା’ଙ୍କ ମୃତୁ୍ୟ ହୋଇଥିବା ସନେ୍ଦହ କରି ପ୍ରତିଶୋଧ ନେବାକୁ ଟୁଟୁ ଚାହିଁଥିଲେ । ଏଥିପାଇଁ ଗତ ସୋମବାର ସୁଦାମ ଘରେ ଥିବା ୪/୫ ଜଣ ଡେଙ୍ଗାବାଡ଼ି ନେଇ ତାଙ୍କ ଘରେ ପହଞ୍ଚି ତାଙ୍କୁ ପିଟି ପିଟି ମାରିଦେଇଥିଲେ । ପରେ ଶବକୁ ଏକ ନାଳରେ ଫିଙ୍ଗି ଦେଇଥିଲେ । ଗତକାଲି ପୁଲିସ ଏ ସମ୍ପର୍କରେ ସୂଚନା ପାଇବା ପରେ ଆଜି ସକାଳୁ ଟୁଟୁ ମୁଣ୍ଡାଙ୍କ ସମେତ ତାଙ୍କ ସହଯୋଗୀ ସେଣ୍ଡ ମୁଣ୍ଡା, ମିଶ୍ର ମୁଣ୍ଡା ଓ ଦୁର୍ଗା ମୁଣ୍ଡାଙ୍କୁ ଗିରଫ କରିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook