Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଏନକାଉଣ୍ଟର: ଦୁର୍ଦ୍ଧାନ୍ତ ଅପରାଧୀ ଆହତ

    Share on :
    Date: Aug 8, 2018    Views: 75

    ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ପୁଣି ଜଣେ ଅପରାଧୀକୁ ଏନକାଉଣ୍ଟର କରାଯାଇଛି । ଆଜି ସକାଳୁ ପୁସ୍ତପୁରରେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଦିଲ୍ଲୀପ ଦାସ ଆହତ ହୋଇଛି । ଦିଲ୍ଲୀପର ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ତା’ ଘର ଖୋର୍ଦ୍ଧା ବାଣପୁର ନରଣଦେଇପୁରରେ ବୋଲି ଜଣାପଡ଼ିଛି ।
    ଏନକାଉଣ୍ଟର ସମୟରେ ଦେଶୀ ବନ୍ଧୁକ ସହ ଗୁଳି, ମୋବାଇଲ, ଗୋଟିଏ ବାଇକ ଓ ୧୪ ହଜାର ଟଙ୍କା ତା’ଠାରୁ ଜବତ କରାଯାଇଛି । ଦିଲ୍ଲୀପ ବିରୋଧରେ କଟକ ଓ ଭୁବନେଶ୍ୱରରେ ବହୁ ସଙ୍ଗୀନ ମାମଲା ରହିଛି । ଦିଲ୍ଲୀପ ନାମରେ ୨୦ରୁ ଊଦ୍ଧ୍ୱର୍ ଅପରାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । 

    Read more

    ୨ ଅପରାଧୀଙ୍କୁ ଏନକାଉଣ୍ଟର

    ଭୁବନେଶ୍ୱର: ଖୋର୍ଦ୍ଧାରେ ୨ ଅପରାଧୀଙ୍କୁ ଶୁକ୍ରବାର ଏନକାଉଣ୍ଟର କରାଯାଇଛି । ବେଗୁନିଆ ପୁଲିସର ଏନକାଉଣ୍ଟରରେ ୨ ଅପରାଧୀ ଆହତ ହୋଇଛନ୍ତି ।

      ସେମାନେ ହେଲେ ପିଣ୍ଟୁ ମାଝୀ ଓ ଉମେଶ ସାହୁ ।  ସେମାନଙ୍କ ଗୋଡ଼ରେ ଗୁଳି ବାଜିଥିବାବେଳେ ସେମାନଙ୍କୁ ଖୋର୍ଦ୍ଧା ...

    Read more

    ଏନକାଉଣ୍ଟର: ଅପରାଧୀ ସମେତ ୪ ପୁଲିସ ଆହତ

    ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି । ଗୁଳି ବିନିମୟ ବେଳେ ଦୁର୍ଦ୍ଧାନ୍ତ ଅପରାଧୀ ମନୋଜ ସ୍ୱାଇଁ ଗୁରୁତର ଆହତ ହୋଇଛି । ମନୋଜ ନାମରେ ଏକାଧିକ  ଅପରାଧିକ ମାମଲା ରହିଛି । ତେଣୁ ତାକୁ ଧରିବା ପାଇଁ ପୁଲିସ ...

    Read more

    ପୁଲୱାମା ଆକ୍ରମଣ ମାଷ୍ଟରମାଇଣ୍ଡ ସମେତ ୩ ନିହତ

    ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମାରେ  ଦୀର୍ଘ ୮ଘଣ୍ଟା ଧରି ଗୁଳି ବିନିମୟ ହେବା ପରେ ସୁରକ୍ଷା କର୍ମୀଙ୍କୁ ସଫଳତା ମିଳିଛି । ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛି ପୁଲୱାମା ଅତ୍ମଘାତୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ ତଥା ଜୈଶ ...

    Maximum 500 characters

    ଆଂଚଳିକ View all

    Find Us on Facebook