Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କରୁଣାନିଧିଙ୍କ ଶେଷ ଦର୍ଶନ କଲେ ମୋଦି

    Share on :
    Date: Aug 8, 2018    Views: 51

    ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଚେନ୍ନାଇ ଆସି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ କରୁଣାନିଧିଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
    ମୋଦି ଚେନ୍ନାଇରେ ପହଞ୍ଚିବା ପରେ ରାଜାଜୀ ହଲକୁ ଯାଇଥିଲେ । ସେଠାରେ କରୁଣାନିଧିଙ୍କ ପାର୍ଥୀବ ଶରୀରକୁ ଶେଷଦର୍ଶନ ପାଇଁ ରଖାଯାଇଛି । ରାଜାଜୀ ହଲରେ ପହଞ୍ଚିବା ପରେ ମୋଦି ପ୍ରଥମେ କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ସେ କରୁଣାନିଧିଙ୍କ ପୁଅ ଷ୍ଟାଲିନ ଓ ଝିଅ କାନିମୋଝିଙ୍କ ସହ ଆଲୋଚନା କରିଥିଲେ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook