Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମାରିନା ବିଚରେ ସମାଧି ନେବେ କରୁଣାନିଧି

    Share on :
    Date: Aug 8, 2018    Views: 31

    ଚେନ୍ନାଇ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ କରୁଣାନିଧିଙ୍କ ଶେଷ କୃତ୍ୟ ଚେନ୍ନାଇ ମାରିନା ବିଚରେ ହେବା ନିଶ୍ଚିତ ହୋଇଛି । ବହୁ ବାଦ ବିବାଦ ପରେ ମାରିନା ବିଚରେ କରୁଣାନିଧିଙ୍କୁ ସମାଧି ପାଇଁ ଅନୁମତି ପ୍ରଦାନ କରାଯାଇଛି ।  ମାରିନାରେ ସମାଧି ପାଇଁ ମାଡ୍ରାସ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ତେବେ ହାଇକୋର୍ଟଙ୍କ ଏହି ରାୟ ପରେ କରୁଣାନିଧିଙ୍କ ପୁତ୍ର ଷ୍ଟାଲିନ କାନ୍ଦି ପକାଇଥିଲେ । ମାରିନା ବିଚରେ କରୁଣାନିଧିଙ୍କୁ ସମାଧି ପାଇଁ ରାଜ୍ୟ ସରକାରଙ୍କ ବିରୋଧ ଯୋଗୁଁ ବିବାଦ ସୃଷ୍ଟି ହୋଇଥିଲା  । ତେବେ ମାରିନା ବିଚରେ କରୁଣାନିଧିଙ୍କ ଶେଷ କୃତ୍ୟ ହେଉ ବୋଲି ତାଙ୍କ ଦଳର ନେତାଙ୍କ ସହ ଲକ୍ଷ ଲକ୍ଷ ସମର୍ଥକ ଦାବି କରିଥିଲେ । ହେଲେ କ୍ଷମତାସୀନ ଏଆଇଡିଏମକେ ସରକାର ଏହାକୁ ପ୍ରତ୍ୟାଖାନ କରିଥିଲେ । ଏହାକୁ ବିରୋଧ କରି ଡିଏମକେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଡିଏମକେର ପିଟିସନ ଦାଖଲ ହେବା ପରେ ଗତକାଲି ବିଳମ୍ବିତ ରାତିରୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହୁଲୁଭାଦି ଜି. ରକେଶଙ୍କ ଘରେ ଶୁଣାଣି ଆରମ୍ଭ ହୋଇଥିଲା । ଉଭୟ ପକ୍ଷକୁ ଶୁଣିବା ପରେ କୋର୍ଟ ମାରିନା ବିଚରେ କରୁଣାନିଧିଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ଅନୁମତି ଦେଇଛନ୍ତି ।  ଆନ୍ନାଦୁରାଇଙ୍କ ସମାଧି ପାଖରେ ସମାଧି ନେବେ କରୁଣାନିଧି । ଏମଜିଆର ଓ ଜୟଲଲିତା ବି ମାରିନା ବିଚରେ ସମାଧି ନେଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook