Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏପଟେ କହୁଛନ୍ତି ‘ଉପାଡ଼ି ଫିଙ୍ଗ’, ସେପଟେ ମାଗୁଛନ୍ତି ସମର୍ଥନ

    Share on :
    Date: Aug 8, 2018    Views: 2811

    ଭୁବନେଶ୍ୱର : ଓଡ଼ିଶା ଆସିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଜୋରଦାର ବର୍ଷୁଛନ୍ତି  । କେବେ ପୋଡ଼ା ଟ୍ରାନ୍ସଫର୍ମର ବୋଲି କହି ଇଲେଇତି କରୁଛନ୍ତି ତ ଆଉ କେବେ ଉପାଡ଼ି ଫିଙ୍ଗିଦେବାକୁ ଆହ୍ୱାନ ଦେଉଛନ୍ତି  । କିନ୍ତୁ ଗୋଟିଏ ପଟେ ନବୀନଙ୍କ ବିରୋଧରେ ଗର୍ଜୁଥିବା ଶାହା ନବୀନଙ୍କ ସାହାରା ମାଗିବା ପ୍ରସଙ୍ଗ ଏବେ ବେଶ ଚର୍ଚ୍ଚା ସୃଷ୍ଟିକରିଛି  । ସୋସିଆଲ ମିଡ଼ିଆରେ ଏହି ପ୍ରସଙ୍ଗକୁ ନେଇ ବେଶ ରୋଚକକର ପୋଷ୍ଟ ହେଉଥିବା ଦେଖିବାକୁ ମିଳିଛି  । ଆଉ କେହି କେହି ଦୁଇ ପାଦ ଆଗେଇଯାଇ ବିଜେଡ଼ି ଓ ବିଜେପି ମେଂଟ ହେବବୋଲି ଅବଗଣନା କରୁଥିବାବେଳେ କଂଗ୍ରେସ ସମର୍ଥକମାନେ ଦୁଇ ଦଳର ଭିତିରି ବୁଝାମଣା ପଦାରେ ପଡ଼ିଲା ବୋଲି କମେଂଟ କରୁଥିବା ଦେଖିବାକୁ ମିଳିଛି  । ବିଜେଡ଼ି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ବି ବେଶ ଆକ୍ଷେପ ପ୍ରତିଆକ୍ଷେପ ଚାଲିଛି  । ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ବ୍ୟତିରେକ ନବୀନଙ୍କର ଅନ୍ୟଗତି ନାହିଁ ବୋଲି ବିଜେପି ସମର୍ଥକମାନେ କହୁଥିବାବେଳେ ଅପରପକ୍ଷରେ ଶାହା କିଭଳି ନବୀନଙ୍କ ପାଦ ଧରୁଛନ୍ତି ବୋଲି ବି ବିଜେଡ଼ି ସମର୍ଥକମାନେ କାଉଂଟର ଆଟାକ କରିଛନ୍ତି  । 

    ସୂଚନାଯୋଗ୍ୟଯେ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୟୀ ହେବା ପାଇଁ ଏନଡ଼ିଏ ନିକଟରେ ସଂଖ୍ୟା ନାହିଁ  । ଏକ୍ଷେତ୍ରରେ ନବୀନ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ  । ବିଜେଡ଼ିର ୯ ସାଂସଦ ଯାହାକୁ ସମର୍ଥନ କରିବେ ତାଙ୍କ ପଲା ଭାରି ରହିବ  । ନବୀନ ସମଦୂରତ୍ୱ ରକ୍ଷା କରୁଥିବାରୁ ତାଙ୍କ ସମର୍ଥନ ପାଇଁ ଏନଡ଼ିଏ ବି ଉଦ୍ୟମ କରିଛି  । ଜେଡ଼ିୟୂ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି  । ସେହିପରି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ମଧ୍ୟ ନବୀନଙ୍କ ସାହାଯ୍ୟ ଲୋଡ଼ିଛନ୍ତି  । ତେବେ ନବୀନଙ୍କ ସହ ଶାହାଙ୍କ ଆଲୋଚନାକୁ ନେଇ ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ଜୋରଧରିଛି  ।  

    Maximum 500 characters

    ରାଜନୀତି View all

    Find Us on Facebook