Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଶିଶୁଙ୍କ ପାଇଁ ବିଜ୍ଞାନ କର୍ମଶାଳା

    Share on :
    Date: Aug 7, 2018    Views: 271

    କଟକ: ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ଏବଂ ବିଜ୍ଞାନ ଉପରେ ଅନୁସନ୍ଧିସôୁ ମନୋଭାବକୁ କି୍ରୟାଶୀଳ କରିବା ପାଇଁ ଜଗତପୁର ଶିଳ୍ପାଞ୍ଚଳ ଅନ୍ତର୍ଗତ ବାଲିସାହି ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଠାରେ ‘ସୁରକ୍ଷା’ ଅନୁଷ୍ଠାନ ପକ୍ଷରୁ ଏକ ବିଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।  ବାଲିସାହି ଏବଂ ପେପସି କଲୋନୀର ପିଲାମାନଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । 
    ଏଥିରେ ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାବଳୀକୁ ଏବଂ ବିଜ୍ଞାନ ପାଠକୁ ବିଜ୍ଞାନ ସମ୍ମତ ଭାବେ ବିଶ୍ଲେଷଣ କରିବା, ନିରୀକ୍ଷଣ କରିବା ଏବଂ ଛୋଟଛୋଟ ଖେଳ ମାଧ୍ୟମରେ ବିଜ୍ଞାନର ବିଭିନ୍ନ ପ୍ରୟୋଗ କରାଯାଇଥିଲା । ଏହି ଅବସରରେ ପିଲାମାନେ ଧ୍ୱନୀ, ଆଲୋକ, ପ୍ରତିଫଳନ, ପ୍ରତିସରଣ, ବଳ, ବାୟୁର ଚାପ ଇତ୍ୟାଦି ବିଷୟରେ ବିଭିନ୍ନ ପରୀକ୍ଷଣ କରିଥିଲେ । ‘ସୁରକ୍ଷା’ ଅନୁଷ୍ଠାନର ସମ୍ପାଦିକା ବୁଲବୁଲ ସ୍ୱାଇଁ ସଂଯୋଜନାରେ  ଷଷ୍ଠଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦ ଜଣ କିଶୋର କିଶୋରୀ ଏହି କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ । ସହଯୋଗ ଅନୁଷ୍ଠାନର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମର ବ୍ୟାପକତା ଉପରେ ଗରୁତ୍ୱ ଦେଇଥିଲେ । କର୍ମଶାଳାର ଉଦ୍ୟାପନୀରେ ବାଲିସାହି ଏବଂ ପେପସି କଲୋନୀର ପିଲାମାନେ ଏକ ଶିଶୁ କ୍ଲବ ଗଠନ କରି  ବିଜ୍ଞାନ ଏବଂ ଅନ୍ୟାନ ଶିଶୁ କୈନ୍ଦି୍ରକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ । ଅନୁଷ୍ଠାନ ତରଫରୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୈକ୍ଷିକ ଉପକରଣ ପ୍ରଦାନ କରାଯାଇଥିଲା ।ଶିଶୁ ମାନଙ୍କ ତରଫରୁ ବର୍ଷା ସିକ୍ଦାର ଧନ୍ୟବାଦ ଦେଇଥିଲେ ।

    Maximum 500 characters

    ଆଂଚଳିକ View all

    Find Us on Facebook