Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶପଥ ନେଲେ ସୁପ୍ରିମକୋର୍ଟର ୩ ବିଚାରପତି

    Share on :
    Date: Aug 7, 2018    Views: 43

    ନୂଆଦିଲ୍ଲୀ:  ସୋମବାର ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିବା ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ପ୍ରଥମେ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଶପଥ ଗ୍ରହଣ କରିବା ପରେ ଜଷ୍ଟିସ ଭୀନିତ ସରଣ ଶପଥ ଗ୍ରହଣ କରିଥିଲେ । ଶେଷରେ ଜଷ୍ଟିସ କେ.ଏମ ଯୋଶେଫ ଶପଥ ଗ୍ରହଣ କରିଥିଲେ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏହି ୩ ଜଣ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ ।  ଏହି ୩ ଜଣ ବିଚାରପତିଙ୍କ ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ମୁଖ୍ୟ ବିଚାରପତିଙ୍କୁ ମିଶାଇ ୨୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁପ୍ରିମକୋର୍ଟରେ ସର୍ବାଧିକ ୩୧ ଜଣ ବିଚାରପତି ନିଯୁକ୍ତି ପାଇବାର ବ୍ୟବସ୍ଥା ରହିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook