Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କାନ୍ଥ ଭୁଶୁଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

    Share on :
    Date: Aug 7, 2018    Views: 207

    କେନ୍ଦୁଝର: ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ସ୍ୱାମୀଙ୍କ ମୃତୁ୍ୟ ଘଟିଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ବେଉସାହିରେ । ମୃତକ ଜଣକ ହେଲେ ଭାସ୍କର ବେହୁରୀ । ଗତକାଲି ବିଳମ୍ବିତ ରାତିରେ ଭାସ୍କର ଓ ତାଙ୍କ ସ୍ତ୍ରୀ ତିଳୋତମା ଘରେ ଶୋଇଥିବାବେଳେ ହଠାତ କାନ୍ଥ ସେମାନଙ୍କ ଉପରେ ପଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଭାସ୍କରଙ୍କ ମୃତୁ୍ୟ ଘଟିଥିଲା । ତିଳୋତମାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook