Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗୁଳି ବିନିମୟ: ୪ ଯବାନ ସହିଦ, ୪ ଆତଙ୍କବାଦୀ ନିହତ

    Share on :
    Date: Aug 7, 2018    Views: 31

    ଜମ୍ମୁ: ଉତ୍ତର କଶ୍ମୀରର ଗୁରେଜ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀ ଗୋଷ୍ଠୀଙ୍କ ସହିତ ଭାରତୀୟ ସେନାର ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ସେନାର ୩ ଜଣ ସୈନିକ ଓ ଜଣେ ମେଜର ସହିଦ ହୋଇଥିବାବେଳେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।  ପ୍ରକାଶ ଯେ,  ଜମ୍ମୁ ଓ କଶ୍ମୀରର ବନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟର ଅନ୍ତର୍ଗତ ଗୋବିନ୍ଦ ନଲ୍ଲା ଅଞ୍ଚଳରେ ସେନାର ପାଟ୍ରୋଲିଂ ପାର୍ଟି ଅତିକ୍ରମ କରୁଥିବାବେଳେ ସେଠାରେ କେତେକ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଥିଲେ । ପରେ ଏହି ଅନୁପ୍ରବେଶକାରୀମାନେ ସେନାର ପାଟ୍ରୋଲିଂ ଗାଡ଼ି ଉପରକୁ ଗୁଳି ଚଳାଇବାରୁ ସେନା ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ତେବେ ଅନୁପ୍ରବେଶକାରୀଙ୍କ ଅତର୍କିିତ ଗୁଳି ଚାଳନା ଯୋଗୁଁ ମେଜର କେ.ପି ରାଣେ, ହାବିଲଦାର ଜେମି ସିଂହ, ବିକ୍ରମଜିତ ଓ ରାଇଫଲମ୍ୟାନ ମନଦିପ ସହିଦ ହୋଇଛନ୍ତି । ଅନ୍ୟପକ୍ଷରେ ସେନା ଗୁଳିରେ ୪ ଜଣ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook