Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଣି ବର୍ଷା ପାଣିରେ ଉବୁଟୁବୁ ହେଲା ରାଜଧାନୀ

    Share on :
    Date: Aug 7, 2018    Views: 89

    ଭୁବନେଶ୍ୱର: ପୁଣି ବର୍ଷା ପାଣିରେ ଉବୁଟୁବୁ ହୋଇଛି ରାଜଧାନୀ । ଗତକାଲି ଠାରୁ ରାଜଧାନୀ ଭୁବନେଶ୍ୱରରେ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ସ୍ଥାନରେ ଲୋକଙ୍କ  ଘରେ ପାଣି ପଶିଛି । ଫଳରେ ଲୋକେ ରାତି ସାରା ଅନିଦ୍ରା ରହି ଘରୁ ପାଣି କାଢିଥିଲେ । ବିଶେଷ କରି ନୟାପଲ୍ଲୀ, ଜୟଦେବ ବହାର, ସିଆରପି ଛକ ଓ ପାଇକ ନଗରରେ ପାଣି ଜମି ରହିଛି । ବର୍ଷା ପାଣି ସହିତ ମଇଳା ପାଣି ଘରେ ପଶିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳ ପର୍ଯ୍ୟନ୍ତ ଘରୁ ପାଣି ଛାଡ଼ି ନଥିବା ଦେଖିବାକୁ ମିଳିଥିଲା । ରାତିରେ ଜାତୀୟ ରାଜପଥ ଓ ରାଜଧାନୀ ପ୍ରମୁଖ ଅଞ୍ଚଳରେ ପାଣିର ସୁଅ ଛୁଟୁଥିବାରୁ ଯାତାୟାତରେ ବାଧା ଉପୁଜିଥିଲା । 
    ଅନ୍ୟପକ୍ଷରେ ଲଗାଣ ବର୍ଷାକୁ ନେଇ ବିଏମସି ତପôରତା ପ୍ରକାଶ କରିବା ସହ ହେଲ୍ପ ଲାଇନ ନମ୍ବର ଜାରି କରିଛି । ଟୋଲ ଫ୍ରି ନମ୍ବର ୧୮୦୦୩୪୫୦୦୬୧ ଏବଂ ଜରୁରି କେଣ୍ଟ୍ରାଲ ରୁମ ନମ୍ବର ୦୬୭୪-୨୪୩୨୨୮୧ ବୋଲି ଜଣାଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook