Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଜେ ଏସ ପି ଏଲ ଫାଉଣ୍ଡେସନ ତରଫରୁ ବୃତ୍ତି ଘୋଷଣା

    Share on :
    Date: Aug 6, 2018    Views: 191

    ବଡ଼ବିଲ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେ ଏସ ପି ଏଲ) ର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ ବିଭାଗ - ଜେ ଏସ ପି ଏଲ ଫାଉଣ୍ଡେସନ, ଅନୁଗୋଳ, ବଡ଼ବିଲ ଏବଂ ଟେନସା ସମେତ ଦେଶ ସାରା ଏହାର ବାଣିଜ୍ୟିକ ପ୍ରତିଷ୍ଠାନ ର ପରିପାର୍ଶ୍ୱରେ ଥିବା ଆର୍ଥିକ ଅନଗ୍ରସର ବର୍ଗର ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ - ଓ ପି ଜିନ୍ଦଲ ଷ୍ଟାର ଏବଂ ଓ ପି ଜିନ୍ଦଲ ଜୁଏଲ ନାମରେ ଦୁଇଟି ବୃତ୍ତି ଘୋଷଣା କରିଛି । ଅଗଷ୍ଟ ୭ ତାରିଖ ଶ୍ରୀ ଓ ପି ଜିନ୍ଦଲ ଙ୍କର ୮୮ତମ ଜନ୍ମ ବାର୍ଷିକୀ ଅବସରରେ ଆନୁଷ୍ଠାନିକ ଭାବେ ଘୋଷଣା ହେବାକୁ ଥିବା ଏହି ବୃତ୍ତି ଦ୍ୱାରା ଫାଉଣ୍ଡେସନ, ଗ୍ରାମାଞ୍ଚଳରେ ଶିକ୍ଷା କୁ ପ୍ରୋତ୍ସାହନ ଦେବା ସହ ଉଚ୍ଚ ଶିକ୍ଷା ଏବଂ ଯାନ୍ତ୍ରିକ ଶିକ୍ଷା ପାଇଁ ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବାକୁ ଯୋଜନା ରଖିଛି ।

     ଓ ପି ଜିନ୍ଦଲ ଷ୍ଟାର ବୃତ୍ତି ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଦଶମ ଶ୍ରେଣୀ ପରେ ଉଚ୍ଚ ଶିକ୍ଷା ପାଇଁ ବର୍ଷକୁ ଟ ୧୨,୦୦୦/- ଙ୍କା ଲେଖାଏଁ ବୃତ୍ତି ଏବଂ ଏକ ସାର୍ଟିଫିକେଟ ପ୍ରଦାନ କରାଯିବ । ଦଶମ ଶ୍ରେଣୀରେ ହାସଲ କରିଥିବା ନମ୍ବର ଆଧାରରେ ପ୍ରତି ରାଜ୍ୟର ୨୦ ଜଣ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ ଓ ଦୁଇ ବର୍ଷ ପାଇଁ ଉଦ୍ଦିଷ୍ଟ ଏହି ବୃତ୍ତିରେ ଏକାଦଶ ଶ୍ରେଣୀରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଗତ ଅଗ୍ରସର ପୁଣିଥରେ ଯାଞ୍ଚ ହେବ । ଛାତ୍ରୀ ମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ କରିବା ଲାଗି ୩୦ ପ୍ରତିଶତ ବୃତ୍ତି ସେମାନଙ୍କ ପାଇଁ ସଂରକ୍ଷଣ କରାଯାଇଛି । ଓ ପି ଜିନ୍ଦଲ ଜୁଏଲ ବୃତ୍ତି ମୁଖ୍ୟତଃ ଛାତ୍ରଛାତ୍ରୀ ମାନଙ୍କୁ ଇଂଜିନିୟରିଂ, ମେଡିକାଲ ଏବଂ ଆଇନ ଭଳି ସ୍ନାତକୋତ୍ତର ପାଠ୍ୟକ୍ରମରେ ଯୋଗ ଦେବା ପାଇଁ ଉଦ୍ଦିଷ୍ଟ । ଏଥିପାଇଁ ଦ୍ୱାଦଶ ଏବଂ, ଜେ ଇ ଇ, ନିଟ ଭଳି ଜାତୀୟ ପ୍ରବେଶିକା ପରୀକ୍ଷା ରେ ରଖିଥିବା ନମ୍ବର ଆଧାରରେ ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରାଯିବ । ଦେଶସାରା ସମୁଦାୟ ୫୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଏହି ବୃତ୍ତି ମିଳିବାକୁ ଥିବାବେଳେ ଏହାର ୩୦ ପ୍ରତିଶତ କେବଳ ଛାତ୍ରୀ ମାନଙ୍କୁ ଦିଆଯିବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ମାନେ ବର୍ଷକୁ ଟ ୪୦,୦୦୦/- ଙ୍କା ଲେଖାଏଁ, ସେମାନଙ୍କ ପାଠ୍ୟକ୍ରମ ମୁତାବକ ଦୁଇ କିମ୍ବା ତିନି ବର୍ଷ ପର୍ୟ୍ୟନ୍ତ ପାଇବେ ।

    ବୃତ୍ତିର ନବୀକରଣ ସେମାନଙ୍କର ବାର୍ଷିକ ଅଗ୍ରସର ଭିତ୍ତିରେ କରାଯିବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ମାନଙ୍କୁ ଏହି ବୃତ୍ତି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ଏବଂ ଭିନ୍ନକ୍ଷମ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଅଗ୍ରାଧିକାର ଦିଆଯିବ । ଏହି ଅବସରରେ ଖୁସି ବ୍ୟକ୍ତ କରି ଜେ ଏସ ପି ଏଲ ଫାଉଣ୍ଡେସନ ର ସହ-ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଲେ, ଏହି ବୃତ୍ତିର ଏକ ସାମାଜିକ ଲକ୍ଷ୍ୟ ଏହା ଯେ କୌଣସି ମେଧାବୀ ଛାତ୍ର/ଛାତ୍ରୀ ଅର୍ଥାଭାବ ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ । ଓ ପି ଜିନ୍ଦଲ ଷ୍ଟାର ଏବଂ ଓ ପି ଜିନ୍ଦଲ ଜୁଏଲ ବୃତ୍ତି ଦୁଇଟି, ଶ୍ରୀ ଓ ପି ଜିନ୍ଦଲ ଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ସର୍ବଶ୍ରେଷ୍ଠ ଶ୍ରଦ୍ଧାସୁମନ ହେବ । ଜେ ଏସ ପି ଏଲ ଫାଉଣ୍ଡେସନ ର ପ୍ରାରମ୍ଭରୁ ଶିକ୍ଷା ଏଥିରେ ଏକ ଗୁରୁ ଭୂମିକା ବହନ କରି ଆସିଛି । ଜେ ଏସ ପି ଏଲ ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଫାଉଣ୍ଡେସନ ଏହା ବିଶ୍ୱାସ କରେ ଯେ ଶିକ୍ଷା ର ଗୁଣବତ୍ତା ହିଁ ଭାରତ ର ଭବିଷ୍ୟତ କୁ ଗଢି ପାରିବ ଓ ଏଯାବତ ଜେ ଏସ ପି ଏଲ ଫାଉଣ୍ଡେସନ ଦେଶବ୍ୟାପି ୧୦୦୦ ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତାର ହାତ ବଢ଼ାଇ ଆସିଛି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook