Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ଯୁବମୋର୍ଚ୍ଚାର ନୂଆ ଅଭିଯାନ ‘ଆଇ ସପୋର୍ଟ ନରେନ୍ଦ୍ର ମୋଦି’

    Share on :
    Date: Aug 6, 2018    Views: 3039

    ଭୁବନେଶ୍ୱର : ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନୂଆ ଅଭିଯାନ ଆରମ୍ଭ କରାଯିବ  । ‘ଆଇ ସପୋର୍ଟ ନରେନ୍ଦ୍ର ମୋଦି’ ନାମରେ ବିଜେପି ଯୁବମୋର୍ଚ୍ଚା ଅଭିଯାନ କରିବ  । ଅଗଷ୍ଟ ଶେଷରୁ ଏହି ଅଭିଯାନ ଆରମ୍ଭ ହେବ ବୋଲି ରାଜ୍ୟ ସଂଯୋଜିକା ଉପାସନା ମହାପାତ୍ର ସୂଚନା ଦେଇଛନ୍ତି  । ନୂତନ ଭୋଟରଙ୍କୁ ଆକôୃଷ୍ଟ କରିବା ପାଇଁ ବିଜେପି ଏଭଳି ଅଭିଯାନକୁ ହାତକୁ ନେଇଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ଧାରା, ଅନ୍ତର୍ଜାତୀୟସ୍ତରରେ ଭାରତର ନୂତନ ପରିଚୟ ସୃଷ୍ଟି, ଯୁବ ଓ ଛାତ୍ରମାନଙ୍କ ପାଇଁ ଉଦ୍ଧିଷ୍ଟ ଜନମଙ୍ଗଳକାରୀ ଯୋଜନା ସମ୍ପର୍କରେ ଯୁବବର୍ଗଙ୍କୁ ଅବଗତ କରାଯିବ  । 

    ନିଜ ପ୍ରତିକ୍ରିୟାରେ ଉପାସନା କହିଛନ୍ତିଯେ, ରାଜ୍ୟରେ ୧୮ ବର୍ଷ ଧରି ବିକାଶ ହୋଇନାହିଁ  । କେନ୍ଦ୍ରରେ ଦୀର୍ଘବର୍ଷ ଧରି ଶାସନ କରୁଥିବା ଦଳକୁ ହରାଇ ମୋଦି କ୍ଷମତାକୁ ଆସିଛନ୍ତି  । ଦେଶର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି  ।   ଯୁବକମାନେ ହେଉଛନ୍ତି ଦେଶର ମୂଳଦୁଆ  । ଦେଶର ପ୍ରଗତି ପାଇଁ ଆମ ଯୁବବର୍ଗଙ୍କ ନିକଟରେ ପ୍ରତିଭା ରହିଛି  । ଆମେ ସ୍ୱପ୍ନ ଦେଖିବା ସହ ଓଡ଼ିଶାର ବିକାଶ ପାଇଁ ସଂକଳ୍ପ ନେବା ଦରକାର  । ସୋସିଆଲ ମିଡ଼ିଆ ଓ ଡୋରଟୁଡୋର କ୍ୟାମ୍ପେନ ମାଧ୍ୟମରେ ଆମେ ଯୁବବର୍ଗଙ୍କ ନିକଟରେ ପହଁଚିବୁ ବୋଲି ଉପାସନା କହିଥିଲେ  ।

    ଏହି ଅବସରରେ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଲେଯେ, ନୂଆ ଓଡ଼ିଶା ଗଠନ ପାଇଁ, ଓଡ଼ିଆ ଯୁବକର ସ୍ୱପ୍ନ ସାକାର କରିବା ପାଇଁ ଏଭଳି ଅଭିଯାନ ଆରମ୍ଭ ହେବ  । ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶାର ସଂଯୋଜିକା ଭାବେ ଉପାସନାଙ୍କୁ ଦାୟିତ୍ୱ ଦିଆଯାଇଛି  । ସେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବାବେଳେ ‘ଆଇ ସପୋର୍ଟ ମୋଦି’ ଅଭିଯାନ ଜରିଆରେ ନୂଆ ଭୋଟରଙ୍କ ନିକଟରେ ପହଁଚିବେ ବୋଲି ଟଙ୍କଧର କହିଛନ୍ତି  ।

    ଏହି ଅବକାଶରେ ଯୁବମୋର୍ଚ୍ଚାର ରାଜ୍ୟ ପ୍ରଭାରୀ କାଳନ୍ଦୀ ସାମଲ, ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook