Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଇ ପୁରୋହିତ ଗିରଫ

    Share on :
    Date: Aug 6, 2018    Views: 37

    ତିରୁବନନ୍ତପୁରମ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହତ୍ୟା ଧମକ ଦେଇଥିବା କେରଳ ଅନ୍ତର୍ଗତ ତ୍ରିସୁରର ଜଣେ ମନ୍ଦିରର ପୁରୋହିତଙ୍କୁ ସୋମବାର ପୁଲିସ ଗିରଫ କରିଛି । ରାଷ୍ଟ୍ରପତି ବର୍ତ୍ତମାନ ତିନି ଦିନିଆ କେରଳ ଗସ୍ତରେ ଅଛନ୍ତି । ଚିରକ୍କାଲ ଭଗବତୀ ମନ୍ଦିରର ପୁରୋହିତ ପି. ଜୟନାରାୟଣ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରି କହିଥିଲେ କି ମଙ୍ଗଳବାର ଦିନ ରାଷ୍ଟ୍ରପତି ଯେଉଁଠି ସଭା କରିବାକୁ ନିର୍ଦ୍ଧାରଣ କରାଯାଇଛି ସେଠାରେ ସେ ଗୋଟିଏ ବୋମା ଖଞ୍ଜିବେ । ତେବେ କଲ ଲୋକେସନ ଠାବ କରିବାର ଘଣ୍ଟାଏ ଭିତରେ ପୁଲିସ ଜୟରମଣଙ୍କୁ ଗିରଫ କରିଛି । ନିଶାସକ୍ତ ଅବସ୍ଥାରେ ସେ ଫୋନ କଲ କରିଥିବା କଥା ପଚରା ଉଚୁରା ବେଳେ ପୁଲିସକୁ କହିଛନ୍ତି । କିନ୍ତୁ ସେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସାଧୀନ ଅଛନ୍ତି ବୋଲି ତାଙ୍କ ଘର ଲୋକେ କହିଛନ୍ତି । ବରିଷ୍ଠ ଅଧିକାରୀମାନେ ମଧ୍ୟ ତାଙ୍କୁ ପଚରା ଉଚୁରା କରୁଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook