Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଲିସ-ଛାତ୍ର ଧସ୍ତାଧସ୍ତି

    Share on :
    Date: Aug 6, 2018    Views: 725

    ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରାଜମହଲ ଛକରେ ସୋମବାର ପୁଲିସ ଓ ଛାତ୍ର ଧସ୍ତାଧସ୍ତି ହୋଇଛନ୍ତି । ଗୋଟିଏ ପଟେ ଛାତ୍ର କଂଗ୍ରେସ ସମେତ ଡିଏମଏଲଟି ଓ ଡିଏମଆଇଟି ପିଲା ଏବଂ ଅନ୍ୟ ପଟେ ପୁଲିସ । ସୋମବାର ଛାତ୍ରଛାତ୍ରୀ ସେମାନଙ୍କ ବିଭିନ୍ନ ଦାବି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରାଉ କରିବା ପାଇଁ ଯାଉଥିଲେ । ଏହାକୁ ଛାତ୍ର କଂଗ୍ରେସ ସମର୍ଥନ କରିଥିଲା । ଏକ ବିରାଟ ପଟୁଆରରେ ଆନେ୍ଦାଳନକାରୀ ଛାତ୍ରଛାତୀମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯାଉଥିବାବେଳେ ରାଜମହଲରେ ଛକରେ ଉପସ୍ଥିତ ପୁଲିସ ସେମାନଙ୍କୁ ଅଟକାଇଥିଲା । ଯାହାର ଫଳ ସ୍ୱରୂପ ପୁଲିସ ଓ ଛାତ୍ର ଧସ୍ତାଧସ୍ତି ହୋଇଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook