Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଶ୍ରବଣ କୁମାର ରୂପୀ କାଉଡ଼ିଆ: ଜଳଭାର ବଦଳରେ କାନ୍ଧରେ ବାପା ମା’

    Share on :
    Date: Aug 6, 2018    Views: 375

    ଫରିଦାବାଦ: ସବୁ ବେଳେ ବାପା ଓ ମା’ଙ୍କୁ ଅବହେଳା କଥା ଉଠିଲେ ଶ୍ରବଣ କୁମାରଙ୍କ କଥା ମଧ୍ୟ ଉଠିଥାଏ । ଆଜିର ସମୟରେ କିଛି  ପିଲାମାନେ ନିଜ ବୃଦ୍ଧ ବାପା ମାଙ୍କୁ ଜରାନିବାସରେ ନେଇ ପହଞ୍ଚାଉଛନ୍ତି । ତେବେ ଆଜିର ସମୟରେ ଏମିତି ବି ପିଲା ଅଛନ୍ତି ଯେଉଁମାନେ ସେମାନଙ୍କ ବାପା ଓ ମାଙ୍କୁ ଜଳଭାର ବଦଳରେ କାନ୍ଧରେ ଭାର କରି ଶ୍ରାବଣର କାଉଡ଼ିଆ ଯାତ୍ରାରେ ବାହାରିଛନ୍ତି । 
    ଫୁଲବାଡ଼ି ଗ୍ରାମର ବଂଶୀଲାଲ, ରାଜୁ, ମହେନ୍ଦ୍ର ଏବଂ ଜଗପାଲ ଆଦି ୪ ଭାଇ ସେମାନଙ୍କ ବାପା ଚନ୍ଦ୍ରପାଲ ଓ ମା’ ରୂପାବତୀଙ୍କୁ ହରିଦ୍ୱାରା ଠାରୁ କାନ୍ଧରେ ବସାଇ ଶିବାଳୟ ଅଭିମୁଖେ ଯାତ୍ରା କରିଛନ୍ତି । ଗୋଟିଏ ପଟେ ବାପା ଓ ଅନ୍ୟ ପଟେ ମା ହାତରେ ଭଗବାନ ଶିବଙ୍କ ମାଳା ଜପୁଛନ୍ତି । ରବିବାର ଫରିଦାବାଦର ପଲବଲ ଆଡ଼କୁ ଯାଉଥିବା କାଉଡ଼ିଆ ଦଳଙ୍କ ମଧ୍ୟରେ ଏହି ଭାଇମାନେ ଭାର କରି ବୃଦ୍ଧ ପିତାମାତାଙ୍କୁ ନେଇ ଯାଉଥିବା ଦୃଶ୍ୟ ଦେଖଣାହାରୀଙ୍କୁ ଭାବବିହ୍ୱଳ କରାଇଥିଲା । 

    Maximum 500 characters

    ବିଶେଷ View all

    Find Us on Facebook