Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦିଲ୍ଲୀରେ ଜିତେନ୍ଦ୍ର ସିଂହଙ୍କୁ ଭେଟିଲେ ସତ୍ୟ ନାୟକ, ଏହି ସପ୍ତାହରେ କଂଗ୍ରେସରେ ମିଶିବେ

    Share on :
    Date: Aug 6, 2018    Views: 7645

    ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ନୂଆଦିଲ୍ଲୀ ଯାଇଛନ୍ତି । ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଡାକରା କ୍ରମେ ସେ ଦିଲ୍ଲୀ ଯାଇଛନ୍ତି । ଫଳରେ ସେ ଖୁବଶୀଘ୍ର କଂଗ୍ରେସରେ ଯୋଗଦେବେ ବୋଲି ସ୍ପଷ୍ଟ ହୋଇଯାଇଛି । 
    ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଜିତେନ୍ଦ୍ର ସିଂହ ଶ୍ରୀ ନାୟକଙ୍କୁ ଦିଲ୍ଲୀ ଡକାଇଥିଲେ । ସତ୍ୟ ନାୟକ ଓଡ଼ିଶା ପିସିସିର ମିଡିଆ ସେଲ ଦାୟିତ୍ୱରେ ରହିବା ନେଇ ଚର୍ଚ୍ଚା ହୋଇଆସୁଥିଲା । ସତ୍ୟ ନାୟକଙ୍କ ସହ ଜିତେନ୍ଦ୍ର ସିଂହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ଆଲୋଚନା ଅବକାଶରେ ଶ୍ରୀ ନାୟକ ଏକ ପ୍ରେଜେଣ୍ଟେସନ ଦେଇଥିବା ଜାଣିବାକୁ ମିଳିଛି । ଚଳିତ ସପ୍ତାହରେ ସେ ଭୁବନେଶ୍ୱରରେ ବିଧିବଦ୍ଧଭାବେ କଂଗ୍ରେସରେ ଯୋଗଦେବେ ।

    ସୂଚନାଯୋଗ୍ୟଯେ, ଶ୍ରୀ ନାୟକ ଦୀର୍ଘଦିନ ଧରି କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇଆସୁଥିଲା। ଏଆଇସିସି କାର୍ଯ୍ୟକାରିଣୀ ବେଳେ ମଧ୍ୟ ସେ ଦିଲ୍ଲୀ ଯାଇ ରାହୁଲଙ୍କ ସମେତ କଂଗ୍ରେସର ଅନେକ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ତାଙ୍କ ସହ ବେଶ କିଛିଦିନ ଧରି ବିଚାର ବିମର୍ଶ କରି ଆସୁଥିଲେ। ନିକଟରେ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ତିନି ଦିନିଆ ଓଡିଶା ଗସ୍ତରେ ଆସିଥିଲେ। ସେତେବେଳେ ସତ୍ୟଙ୍କ ଯୋଗଦାନ ନେଇ ଦିନ ଓ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ପାରିବାରିକ କାରଣରୁ ସେ କଂଗ୍ରେସରେ ଯୋଗଦେଇ ପାରିନଥିଲେ।

    Maximum 500 characters

    ଅଧିକ ମତାମତ

    Well come to satya prakash Nayak, we believe the Congress will grow of Odiash in join to the Congress of satya Bhai.

    Manasa kumar jena

    Aug 6, 2018

    ରାଜନୀତି View all

    Find Us on Facebook