Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଡିସେମ୍ବର ଯାଏଁ ସ୍ଥଗିତ ରହିଲା ଚନ୍ଦ୍ରାୟନ-୨ ଅଭିଯାନ

    Share on :
    Date: Aug 5, 2018    Views: 133

    ନୂଆଦିଲ୍ଲୀ: ଅକ୍ଟୋବର ପ୍ରଥମ ସପ୍ତାହରେ ଉତକ୍ଷେପଣ ହେବାକୁ ଥିବା ଭାରତର ଚନ୍ଦ୍ରାୟନ-୨ ଅଭିଯାନକୁ ଡିସେମ୍ବର ମାସ ଯାଏଁ ସ୍ଥଗିତ ରଖାଯାଇଥିବା ଇସ୍ରୋ ପକ୍ଷରୁ ପ୍ରକାଶ । ମୂଳରୁ ଏପ୍ରିଲ ୨୩ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଅଭିଯାନକୁ ପୁଣି ଦ୍ୱିତୀୟ ଥର ପାଇଁ ସ୍ଥଗିତ ରଖାଯାଇଛି । ଡିସେମ୍ବର ମାସରେ ଇସ୍ରାଏଲ ଚନ୍ଦ୍ରାଭିଯାନ ଆରମ୍ଭ କରୁଥିବାରୁ ଚନ୍ଦ୍ରରେ ଅବତରଣ ପାଇଁ ବିଶ୍ୱର ଚତୁର୍ଥ ସ୍ଥାନ ଅକ୍ତିଆର କରିବାକୁ ତେଲ ଅୱିନ ଏବଂ ନୂଆଦିଲ୍ଲୀ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଏପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଏବଂ ଚୀନ ସେମାନଙ୍କ ମହାକାଶ ଯାନକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇଛନ୍ତି । 
    ୨୦୦୮ର ଚନ୍ଦ୍ରାୟନ-୧ ଅଭିଯାନରେ ଉଡ଼ା ଯାଇଥିବା ମହାକାଶ ଯାନଟି ଚନ୍ଦ୍ର ଚାରିପଟେ ଘୁରିବୁଲୁଥିବାବେଳେ ଚନ୍ଦ୍ରାୟନ-୨ ଅଭିଯାନଟି ଅପେକ୍ଷାକୃତ ଜଟିଳ ହେବ । ଏଥିରେ ରହିଛି ଏକ ଅର୍ବିଟର, ଏକ ଲ୍ୟାଣ୍ଡର ଓ ଏକ ରୋଭର । ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସହ ସେଠାରେ ଚଳପ୍ରଚଳ ହୋଇ ଚନ୍ଦ୍ରପୃଷ୍ଠସ୍ଥ ଉପାଦାନ ସବୁଳ ବିଶ୍ଳେଷଣ କରିବ । ଏଥର ଚନ୍ଦ୍ରାଭିଯାନ ଭାରତ ପାଇଁ ଚ୍ୟାଲେଞ୍ଜି ମିସନ ହୋଇଥିବାବେଳେ ଇସ୍ରୋ ତରତର ହେବାକୁ ଚାହୁଁନାହିଁ । କାରଣ ଗତ ବର୍ଷ ଦୁଇଟି ସାଟଲାଇଟ ମିସନ ବିଫଳ ହେବା ଦେଖିଛି ଇସ୍ରୋ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook