Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘କିକି’ ଚାଲେଞ୍ଜ ଜିତିଲେ ୨ ଭାରତୀୟ କୃଷକ

    Share on :
    Date: Aug 5, 2018    Views: 285

    ହାଇଦ୍ରାବାଦ: କାନଡ଼ୀୟ ରାପ ଗାୟକ ଡ୍ରେକଙ୍କ ସୁପର ହିଟ ଆଲବମ ‘ଇନ ମାଇଁ ଫିଲିଙ୍ଗସ’ର ‘କିକି’ ଚାଲେଞ୍ଜ ବୋଲି କୁହାଯାଉଥିବା ଗୀତର ତାଳେ ତାଳେ ନାଚିବାକୁ ବିଶ୍ୱବ୍ୟାପୀ ଲୋକେ ଉଦ୍ୟମ ଚଳାଇଥିବାବେଳେ ଏହି  ଗୀତରେ ନୃତ୍ୟ କରି ଦୁଇ ଜଣ ତେଲେଙ୍ଗାନା କୃଷକ ଇଣ୍ଟରନେଟରେ ବିଜୟୀ ହୋଇଛନ୍ତି । 
    ୨୪ ବର୍ଷୀୟ ଗୀଲା ଅନୀଲ କୁମାର ଏବଂ ୨୮ ବର୍ଷୀୟ ପିଲ୍ଲୀ ତିରୁପତି ପାଣିକାଦୁଅ ଭରା ଧାନ ବିଲରେ ହଳବଳଦ ଯୋଚି ହଳ କରିବା ବେଳେ ‘କିକି’ ଚାଲେଞ୍ଜରେ ନୃତ୍ୟ କରୁଥିବା ଭିଡିଓକୁ ୧୬ ନିୟୁତ ଲୋକେ ଦେଖି ସାରିଲେଣି । ଖାଲି ସେତିକି ନୁହେଁ, ସେମାନେ ବିଜୟୀ ବୋଲି ଘୋଷଣା କରି କମେଡିଆନ ଏବଂ ‘ଡେଲି  ସୋ’ର ଉପସ୍ଥାପକ ଟେୱର ନୋଆଃ ନିଜ ଇନଷ୍ଟାଗ୍ରାମରେ ସେ ଭିଡିଓକୁ ପୋଷ୍ଟ କରିଛନ୍ତି । ଏହାକୁ ବେବେକ ଓବେରାଇଙ୍କ ଭଳି ବଲିଉଡ ସେଲିବ୍ରିଟି ମଧ୍ୟ ପୋଷ୍ଟ କରିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook