Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆମ ନେତା ସିବିଆଇ ମାଧ୍ୟମରେ ବିଜେଡ଼ି ନେତାମାନଙ୍କୁ ଗିରଫ କରାଇଛନ୍ତି : ପ୍ରତାପ ଷଡ଼ଙ୍ଗୀ

    Share on :
    Date: Aug 5, 2018    Views: 9089

    ଭୁବନେଶ୍ୱର : ରାଜ୍ୟସଭାରେ ସଂଖ୍ୟା ଯୋଗାଡ଼ପାଇଁ ଆପଣଙ୍କ ଦଳ ବିଜେଡ଼ି ସାଂସଦଙ୍କ ଉପରେ ନିର୍ଭର କରିଥାଏ ବୋଲି ଅଭିଯୋଗ ହୋଇଥାଏ  । ଏହା ସତ କି ? ଏଭଳି ଏକ ପ୍ରଶ୍ନର ଉତ୍ତରରେ ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉତ୍ତର ଥିଲା - ଏ ଅଭିଯୋଗ ନିରାଧାର  । ଆମର ନେତା ମନ୍ତ୍ରୀ ଓଡ଼ିଶା ଆସି ବିଜେଡ଼ିକୁ ସବୁବେଳେ ଚେତାବନୀ ଦେଉଛନ୍ତି ଏବଂ ସିବିଆଇ ମାଧ୍ୟମରେ ବିଜେଡ଼ି ନେତାମାନଙ୍କୁ ଗିରଫ କରାଇଛନ୍ତି  । ଉପା ସରକାର ସମୟରେ ତାହା ହେଉନଥିଲା  । ବିରୋଧୀଙ୍କୁ ଦମନ କରିବା ପାଇଁ ବିଜେପି ସିବିଆଇକୁ ବ୍ୟବହାର କରୁଛି ବୋଲି ଅତୀତରେ ବିଜେଡ଼ି ସମେତ ଅନେକ ଦଳ ଅଭିଯୋଗ କରି ଆସୁଥିବାବେଳେ ପରୋକ୍ଷରେ ପ୍ରତାପ ଏହା ସ୍ୱୀକାର କରିଛନ୍ତି ବୋଲି ରାଜନୀତିକ ମହଲରେ ମତପ୍ରକାଶ ପାଇଛି  ।

    ଏକ ସାକ୍ଷାତକାର ଅବସରରେ ରାଜ୍ୟ ବିଜେପି ସଭାପତି ପରିବର୍ତନ ସଂକ୍ରାନ୍ତୀୟ ପ୍ରଶ୍ନର ଉତରରେ ପ୍ରତାପ କହିଛନ୍ତିଯେ, ମୋତେ ସଭାପତି ହେବା ନେଇ ଚର୍ଚ୍ଚା କେବଳ ଗଣମାଧ୍ୟମ ହିଁ କରୁଛି  । ଜଣେ ଲୋକପ୍ରତିନିଧି ଭାବେ ଲୋକଙ୍କ ସମସ୍ୟା ଓ ଅଭିଯୋଗର ପ୍ରତିକାର ପାଇଁ ଦିଲ୍ଲୀ ଯିବା ସ୍ୱାଭାବିକ କଥା  । କିନ୍ତୁ ମୁଁ ସଭାପତି ହେବା ପାଇଁ ଦିଲ୍ଲୀ ଯାଇଥିବା କଥା କୁହାଯିବା ଭୁଲ ବୋଲି ସେ କହିଛନ୍ତି  । ସେହିପରି ସଭାପତି ପରିବର୍ତନ ନେଇ ଯେଉଁମାନେ ଚର୍ଚ୍ଚା କରୁଛନ୍ତି ସେମାନଙ୍କ ପାଖରେ ନିଷ୍ପତି ନେବାର ଅଧିକାର ନାହିଁ  । ଦଳର ସଭାପତି ପରିବର୍ତନ ନେଇ କୋର କମିଟି ବା କେନ୍ଦ୍ରସ୍ତରରେ ନିଷ୍ପତି ହୋଇନାହିଁ ବୋଲି ପ୍ରତାପ କହିଛନ୍ତି  ।

    ସେହିପରି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାରା ରାଜ୍ୟରେ ଜାଗୃତିର ଲହରୀ ଖେଳି ଯାଇଛି  । ବିଜେପୁର ଉପନିର୍ବାଚନର ପରାଜୟକୁ ଆଗାମୀ ବିଜୟ ପାଇଁ ଆମେ ପ୍ରସ୍ତୁତି ପର୍ବ ବୋଲି ଧରିନେଇଛୁ  । ଏହା ଆମ ପାଇଁ ଶିକ୍ଷା ଦେଇଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି  । 

    ଅପରପକ୍ଷରେ ପୁରୀରୁ ମୋଦିଙ୍କ ଲଢ଼ିବା ନେଇ ପ୍ରତାପ କହିଛନ୍ତିଯେ, ଏନେଇ ଅମିତ ଶାହା କେବେ କହିନାହାନ୍ତି  । କିନ୍ତୁ ଆମ ଲୋକମାନେ ଶ୍ରଦ୍ଧାରେ ପ୍ରଧାନମନ୍ତ୍ରୀ ପୁରୀରୁ ଲଢ଼ନ୍ତୁ ବୋଲି କହୁଛନ୍ତି  । କିନ୍ତୁ ଏଯାବତ୍ ସେ ନିଷ୍ପତି ନେଇନାହାନ୍ତି ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି  ।

    ଏହି ଅବସରରେ ପ୍ରତାପ ଆଉ ଏକ ଗୁରୁତ୍ୱ ପୂର୍ଣ୍ଣ କଥା କହିଛନ୍ତି  । ଗୋଟିଏ ପଟେ ବିଜେପି ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ନିଜ ପ୍ରାର୍ଥୀ ଦେବବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିସାରିଛନ୍ତି  । ତେବେ ପ୍ରତାପ କହିଛନ୍ତିଯେ, ଓଡ଼ିଆଙ୍କ ପାଇଁ କାନ୍ଦୁଥିବା ନବୀନ ବାବୁଙ୍କୁ ଆମେ ପ୍ରଶ୍ନ କରିବା, ସେ ଜଣେ ଓଡ଼ିଆ ସାଂସଦଙ୍କୁ ରାଜ୍ୟସଭାର ଉପାଧ୍ୟକ୍ଷ କରିବେ କି ? କେନ୍ଦ୍ର ସରକାର ଏଥିରେ ରାଜି ଅଛନ୍ତି  । ଅନ୍ୟ କେଉଁ ଓଡ଼ିଆ ଉପରକୁ ଉଠୁ ବୋଲି ସେ ଚାହାନ୍ତି ନାହିଁ ବୋଲି ପ୍ରତାପ କହିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook