Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ଜିଲାପାଳ ଓ ଅତିରିକ୍ତ ସଚିବ ସ୍ତରରେ ବଡ଼ଧରଣର ଅଦଳ ବଦଳ, ବଦଳିଲେ ୮ ଜିଲାପାଳ

    Share on :
    Date: Aug 3, 2018    Views: 1387

    ଭୁବନେଶ୍ବର : ରାଜ୍ୟସରକାର ଜିଲାପାଳ ଓ ଅତିରିକ୍ତ ସଚିବ ସ୍ତରରେ ଏକ ବଡ଼ଧରଣର ଅଦଳ ବଦଳ କରିଛନ୍ତି । ୨୩ ଜଣ ଅଧିକାରୀ ସ୍ତରରେ ଏହି ଅଦଳ ବଦଳ କରିଛନ୍ତି । ୮ ଜିଲାର ଜିଲାପାଳଙ୍କୁ ବଦଳି କରାଯାଇଛି । ପଶୁପାଳନ କମିଶନର ତଥା ନିଦେ୍ର୍ଧଶକ ଥିବା ମହେନ୍ଦ୍ର କୁମାର ମଲ୍ଲିକଙ୍କୁ ଉତ୍ତରାଂଚଳ ଆରଡିସି ସହ କେନ୍ଦ୍ରାଞ୍ଚଳ ଆରଡ଼ିସି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସମ୍ବଲପୁର ଆରଡିସି ଡି.ଭି. ସ୍ୱାମୀଙ୍କୁ ବଦଳି କରାଯାଇ ସ୍କିଲ ଡେଭଲେପମେଣ୍ଟ ଅଥରିଟିର ସିଇଓ ସହ ଡାଇରେକ୍ଟର ଏମ୍ପେଲମେଣ୍ଟ ଭାବେ ଅବସ୍ଥାପିତ କରାଯାଇଛି । ପଞ୍ଚାୟତିରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଧଶକ ଗିରିଶ ଏସ.ଏନ.ଙ୍କୁ ଓଡ଼ିଶା ଷ୍ଟେଟ୍ କୋଅପରେଟିଭ ବ୍ୟାଙ୍କର ପରିଚାଳନା ନିଦେ୍ର୍ଧଶକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ପର୍ଯ୍ୟଟନ ନିଦେ୍ର୍ଧଶକ ଡକ୍ଟର ଜୋୱାଲେ ନୀତିନ୍ ଭାନୁଦାସଙ୍କୁ ବଦଳି କରାଯାଇ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ମତ୍ସ୍ୟ ନିଦେ୍ର୍ଧଶକ ପ୍ରଶାନ୍ତ କୁମାର ସେନାପତିଙ୍କୁ ନିଜ ଦାୟିତ୍ୱ ପଶୁପାଳନ ନିଦେ୍ର୍ଧଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ସେହିପରି ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟିର ସିଇଓ ପାଟିଲ ରାଜେଶ ପ୍ରଭାକରଙ୍କୁ ବଦଳି କରାଯାଇ ପର୍ଯ୍ୟଟନ ନିଦେ୍ର୍ଧଶକ ଭାବେ ନିଯୁକ୍ତି ଦିଆଯାଇଛି  । ସୁବର୍ଣ୍ଣପୁର ଜିଲାପାଳ ଦାଶରଥି ଶତପଥୀଙ୍କୁ ବଦଳି କରାଯାଇ କେନ୍ଦ୍ରାପଡ଼ା ଜିଲାପାଳ ଭାବେ, ବୌଦ୍ଧ ଜିଲାପାଳ ଥିବା ମଧୁସୂଦନ ମିଶ୍ରଙ୍କୁ ସୁବର୍ଣ୍ଣପୁର ଜିଲାପାଳ ଭାବେ ବଦଳି କରାଯାଇଛି  । ସେହିପରି କଳାହାଣ୍ଡି ଜିଲାପାଳ ଥିବା ଅଞ୍ଜନ କୁମାର ମାଣିକଙ୍କୁ ଶ୍ରମ କମିଶନର ଭାବେ ଅବସ୍ଥାପିତ କରାଯାଇଛି  । ଅପରପକ୍ଷରେ ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲାଙ୍କୁ ବଦଳି କରାଯାଇ କଟକ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବ ବେଳେ କଟକ ଜିଲାପାଳ ସୁଶାନ୍ତ ମହାପାତ୍ରଙ୍କୁ ଏସଏସଇ ପିଡିର ନିଦେ୍ର୍ଧଶକ ଭାବେ, ସିଏଚଏସଇର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ବୟନିକାର ଏମଡି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କୃଷି ନିଦେ୍ର୍ଧଶକ ଡକ୍ଟର ଏମ୍. ମୁଥୁକୁମାରଙ୍କୁ ନିଜ ଦାୟିତ୍ୱ ସହ ହର୍ଟିକଲଚରର ନିଦେ୍ର୍ଧଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ସେହିପରି ଜଳସଂପଦ ବିଭାଗର ଯୁଗ୍ମ ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ, ହର୍ଟିକଲଚର ନିଦେ୍ର୍ଧଶକ ସୁଧାଂଶୁ ମୋହନ ସାମଲଙ୍କୁ ଦେବଗଡ଼ ଜିଲାପାଳ ଭାବେ, ଗଞ୍ଜାମ ଜିଲାପାଳ ପ୍ରେମ୍ଚନ୍ଦ୍ର ଚୌଧୁରୀଙ୍କୁ ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଧଶକ ଇନ୍ଚାର୍ଜ ଭାବେ, କେନ୍ଦ୍ରାପଡ଼ା ଜିଲାପାଳ ରଘୁ ଜୀଙ୍କୁ ଜଳସଂପଦ ବିଭାଗର ଉପସଚିବ ଭାବେ ଓ ଗଞ୍ଜାମ ପିଡି ଡିଆରଡିଏ କୁଳାଙ୍ଗ ବିଜୟ ଅମୃତଙ୍କୁ ଗଞ୍ଜାମ ଜିଲାପାଳ ଭାବେ, ମାଲକାନଗିରି ପିଡି ଡିଆରଡିଏ ଥିବା ଡକ୍ଟର ଗାଭୋଲି ପରାଗ ହର୍ଷଡଙ୍କୁ କଳାହାଣ୍ଡି ଜିଲାପାଳ ଭାବେ, ନୀଳଗିରି ଉପଜିଲାପାଳ ଆବୋଲି ସୁନୀଲ ନରବାଣିଙ୍କୁ ନୀଳଗିରି ପିଡି ଆଇଟିଡିଏର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ସେହିପରି ଜଳସଂପଦ ବିଭାଗର ଅତିରିକ୍ତ ସଚିବ ଜ୍ୟୋତି ପ୍ରକାଶ ଦାସଙ୍କୁ ପୁରୀ ଜିଲାପାଳ ଭାବେ ଓ ବିଡିଏ ସଚିବ ସୀତାଂଶୁ କୁମାର ରାଉତଙ୍କୁ ବୌଦ୍ଧ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି  । ଏହି ମର୍ମରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook