Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଷ୍ଟେସନରେ ଲାଗିବ ହେଲଥ ଏଟିଏମ

    Share on :
    Date: Aug 3, 2018    Views: 53

    ନୂଆଦିଲ୍ଲୀ: ରେଳ ଯାତ୍ରୀମାନଙ୍କୁ ଏବେ ଷ୍ଟେସନରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାର ସୁବିଧା ମିଳିବ । ଯଦି ଯାତ୍ରୀମାନଙ୍କୁ ଏହା ଅନୁଭବ ହେବ କି ତାଙ୍କ ବ୍ଲଡ ପ୍ରେସର ବଢିଯାଉଛି ତେବେ ସେ ଷ୍ଟେସନରେ ଲାଗିଥିବା ହେଲଥ ଏଟିଏମର ଇଲେକଟ୍ରୋନିକ ମେସିନରେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ । ରେଳ ବିଭାଗ ବର୍ତ୍ତମାନ ଯାତ୍ରୀମାନଙ୍କ ଥକା ପଣ ଦୂର କରିବା ପାଇଁ ସୁବିଧା ଯୋଗାଇ ଦେବ ।
    ସୂଚନା ଯୋଗ୍ୟ ଯେ, ରେଳବାଇ ଷ୍ଟେସନ ଚେକଅପ ପାଇଁ ହେଲଥ ଏଟିଏମ ଲଗାଇବାର ଯୋଜନାର ପ୍ରସ୍ତୁତ କରିଛି । ଏହି ଏଟିଏମ ମେସିନରେ ଯାତ୍ରୀଙ୍କ ଶରୀରର ପ୍ରତ୍ୟେକ ଅଙ୍ଗଗୁଡ଼ିକର ସ୍ଥିତି, ଶରୀରରେ ପାଣିର ସ୍ଥିତି, ତାପମାନ, ଅକ୍ସିଜେନର ମାତ୍ରା, ବ୍ଲଡ ପ୍େରସର, ଉଚ୍ଚତା ଓ ଓଜନର ମଧ୍ୟ ଯାଞ୍ଚ ୧୦ ମିନିଟରେ କରାଯାଇପାରିବ  । ଏଠାରେ ହେଲ୍ଥ ମେଣ୍ଟେନ ପାଇଁ ଉପଦେଶ ମଧ୍ୟ ମିଳିପାରିବ । ଏହା ସହିତ ରେଳ ବିଭାଗ ଷ୍ଟେସନରେ ରୋବଟିକ ମସାଜ ଚେୟାର ଓ ବଡ଼ି ମସାଜ ଇଣ୍ଡେକ୍ସ ମେସିନ ମଧ୍ୟ ଲଗାଯିବ । ଏହାର ଫାଇଦା ଏହା ଯେ, ଯାତ୍ରା ସମୟରେ ଶରୀରର ଥକାପଣରୁ ମୁକ୍ତି ମିଳିପାରିବ ।

    Maximum 500 characters

    ବିଶେଷ View all

    Find Us on Facebook