Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଗୋଟିଏ ମଂଚ : ଶ୍ରୀକାନ୍ତଙ୍କୁ ଜୋତା ମାଡ଼, ନବୀନଙ୍କୁ ତାଳିମାଡ଼

    Share on :
    Date: Aug 3, 2018    Views: 10477

    ଭୁବନେଶ୍ୱର : ସେତେବେଳେ ଜନତା ଦଳର ଟାଣୁଆ ନେତା ଥାଆନ୍ତି ଶ୍ରୀକାନ୍ତ ଜେନା  । ବିଜୁବାବୁଙ୍କ ମୃତୁ୍ୟ ପରେପରେ ପାଣିକୋଇଲିଠାରେ ଆୟୋଜିତ ହୋଇଥିଲା ଏକ ଅଣକଂଗ୍ରେସ ର୍ୟାଲି  । ହଜାର ହଜାର ଲୋକ ବି ଉପସ୍ଥିତ ଥାଆନ୍ତି  । ସଭାରେ ଶ୍ରୀକାନ୍ତ ଯେତେବେଳେ ଭାଷଣ ଆରମ୍ଭ କଲେ ସେତେବେଳେ ତାଙ୍କ ଉପରକୁ ଆରମ୍ଭ ହୋଇଯାଇଥିଲା ଜୋତା ମାଡ଼  । ତଥାପିବି ଶ୍ରୀକାନ୍ତ ଭାଷଣ ଦେଇ ଚାଲିଥିଲେ  । ଶ୍ରୀକାନ୍ତ ଯେତେ ଭାଷଣ ଦେଉଥା’ନ୍ତି ସାଧାରଣ ଜନତାଙ୍କ କ୍ରୋଧ ସେତେ ବଢ଼ୁଥାଏ  । ସ୍ଥିତି ଏମିତି ହୋଇଯାଇଥିଲାଯେ, ମଂଚରେ ଥିବା ଅନ୍ୟ ନେତାମାନେ ଶ୍ରୀକାନ୍ତଙ୍କୁ ତୁରନ୍ତ ଭାଷଣ ସାରିବା ପାଇଁ ଇଙ୍ଗିତ ଦେଉଥା’ନ୍ତି  । ଏମିତିକି ତାଙ୍କ ସାର୍ଟ ମଧ୍ୟ ପଛକୁ ଟାଣୁଥା’ନ୍ତି  । ଶେଷରେ ଶ୍ରୀକାନ୍ତ ନିଜ ଅଭିଭାଷଣ ସାରିଥିଲେ  । ଶ୍ରୀକାନ୍ତଙ୍କ ପରେପରେ ଭାଷଣ ଦେବାକୁ ଉଠିଲେ ନୂଆ ନୂଆ ରାଜନୀତିରେ ପାଦ ଥାପିଥିବା ନବୀନ ପଟ୍ଟନାୟକ  । ନବୀନ ନିଜ ଚେୟାରରୁ ଉଠି ଡାଏସ ଆଡ଼କୁ ଯିବାବେଳେ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ  । ହଜାରହଜାର ଜନତାଙ୍କ କରତାଳିରେ କମ୍ପି ଉଠିଥିଲା ସଭାସ୍ଥଳ  । ନବୀନଙ୍କ ଲୋକପ୍ରିୟତା କେତେ ସେହି ସଭା ହିଁ ସାରା ଓଡ଼ିଶାକୁ ଜଣାଇ ଦେଇଥିଲା  ।

    ଏହା ଥିଲା ନବୀନ ପଟ୍ଟନାୟକଙ୍କ ଉପରେ ବିଶିଷ୍ଟ ସାମ୍ବାଦିକ ରୁବେନ ବାନାର୍ଜୀ ଲେଖିଥିବା ପୁସ୍ତକର କିଛି ଝଲକ  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook