Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଅଜବ ଫଟୋ: ଅଧା ମଣିଷ ଓ ଅଧା ଘୁଷୁରୀ

    Share on :
    Date: Aug 2, 2018    Views: 599

    ସୋସିଆଲ ମିଡିଆରେ ଏକ ଅଜବ ଫଟୋ ଭାଇରାଲ ହୋଇଛି । ଅଧା ମଣିଷ ଓ ଅଧା ଘୁଷୁରୀ ଭଳି ଦେଖାଯାଉଛି ଜୀବଟିଏ । ପୁରା ମଣିଷ ଛୁଆ ଭଳି ଦେଖାଯାଉଛି । ତେବେ ମୁମ୍ବାଇ ସ୍ଥିତ ବୋରିଭଲିରେ ଏକ ଘୁଷୁରୀ ଏହି ମଣିଷ ଛୁଆକୁ ଜନ୍ମ ଦେଇଥିବା ଚର୍ଚ୍ଚା ହେଉଛି । ତେବେ ଏଭଳି ଘଟଣା  ସମ୍ପର୍କରେ ଯିଏ ଶୁଣୁଛି ଓ ଏଭଳି ଫଟୋ ଯିଏ ଦେଖୁଛି ସେ ଘଡ଼ିଏ ଚିନ୍ତା କରିବା ଛଡ଼ା ଆଉ ବାଟ କିଛି ନାହିଁ । 
    ଭାଇରାଲ ହୋଇଥିବା ପୋଷ୍ଟ ମୁତାବକ ଏହି ଅଦ୍ଭୁତ ଜୀବର ଜନ୍ମ ବୋରିଭଲି ନ୍ୟାସନାଲ ପାର୍କରେ ହୋଇଥିବା ଖବର ମିଳିଛି । ଘୁଷୁରୀଠାରୁ ଜନ୍ମ ନେଇଥିବା ଏହି ଜୀବର ହାତ ଓ ଗୋଡ଼ ଅବିକଳ ମଣିଷ ଭଳି ଦେଖାଯାଉଛି । କିନ୍ତୁ ତାର ନାକ ଓ ଓଠ ଘୁଷୁରୀ ଭଳି ଦେଖାଯାଉଛି । କେବଳ ଏତିକି ନୁହେଁ ମଣିଷ ଭଳି ଦେଖାଯାଉଥିବା ଏହି ଜୀବର ଲାଞ୍ଜ ମଧ୍ୟ ରହିଛି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଲୋକେ ଏହାକୁ ଭୂତ ଛୁଆ ବୋଲି କହୁଛନ୍ତି । 

    Maximum 500 characters

    ଅଜବ View all

    Find Us on Facebook