Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ‘ସାଂସଦ’ ମୋହ ଛାଡ଼ି ପାରୁନାହାନ୍ତି କି ବୈଜୟନ୍ତ ?

    Share on :
    Date: Aug 2, 2018    Views: 2382

    ଭୁବନେଶ୍ୱର : ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ସାଂସଦ ପଦରୁ ଇସ୍ତଫା ଦେଇସାରିଛନ୍ତି  । ଲୋକସଭା ବାଚସ୍ପତି ମଧ୍ୟ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିସାରିଛନ୍ତି  । ତଥାପିବି ବୈଜୟନ୍ତ ପଣ୍ଡାଙ୍କର ସାଂସଦ ପଦରୁ ମୋହ ଭଙ୍ଗ ହେଉନାହିଁ  । ଏବେବି ତାଙ୍କର ଟ୍ୱିଟର ଓଡ଼ିଆ ଆକାଉଂଟରେ ସାଂସଦ କେନ୍ଦ୍ରାପଡ଼ା ବୋଲି ଉଲ୍ଲେଖ ରହିଛି  । ଖାଲି ସେତିକିନୁହେଁ ପୂର୍ବଭଳି ଏହି ଆକାଉଂଟଟି ସାଂସଦଙ୍କ ଟିମ ଦ୍ୱାରା ପରିଚାଳିତ ବୋଲି ଲେଖା ହୋଇଛି  । ଯାହାକୁ ନେଇ ବେଶ ହାସ୍ୟାରୋଳ ସୃଷ୍ଟିହୋଇଛି  । ପଦ ଯିବା ପରେ ବି ତାଙ୍କ ଟିମ କିଭଳି ତାଙ୍କୁ ସାଂସଦ ଭାବେ ଅଭିହିତ କରୁଛି ତାହା ସ୍ୱାଭାବିକ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି  ।

    ଖାଲି ସେତିକିନୁହେଁ କଟକରେ ‘ହେଇଯାଉ’ ପୂର୍ବରୁ ବୈଜୟନ୍ତ ଭୁବନେଶ୍ୱରରେ ‘ହେଇଯାଉ’ ଆୟୋଜନ କରିଥିଲେ  । ହେଲେ ସେଠାରେ ଆଶାନୁରୂପକ ଲୋକ ହୋଇନଥିଲେ  । ମାଉସୀମା ଛକରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମାତ୍ର ଦେଢ଼ଶହ ସରିକି ଲୋକ ଯୋଗ ଦେଇଥିଲେ  । ଯେଉଁଥିପାଇଁ କଟକ କାର୍ଯ୍ୟକ୍ରମ ନିମନ୍ତେ ବୈଜୟନ୍ତଙ୍କ ଟିମ ଫୁଲଦମରେ ଲାଗି ପଡ଼ିଥିଲା  । ମଙ୍ଗୁଳି ଚା’ ଦୋକାନରୁ ପ୍ରାୟ ୧ ହଜାର ଲୋକ ମିଠା, ଲୁଣ ମିଶା ଚା’ର ମଜା ନେଇଥିଲେ ବୋଲି ତାଙ୍କ ଟ୍ୱିଟରରେ ଉଲ୍ଳେଖ ରହିଛି  ।

    ଅପରପକ୍ଷରେ କଟକ ହେଇଯାଉ ବେଳେ ତାଙ୍କ ବେକରେ ପଡ଼ିଥିବା ପଦ୍ମ ଗାମୁଛାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି ଏନେଇ ସେ ସ୍ପଷ୍ଟୀକରଣ ଦେଇଛନ୍ତି  । ବୈଜୟନ୍ତ କହିଛନ୍ତିଯେ, ବହୁ ଲୋକ ମୋ ବେକରେ ଗାମୁଛା ପକାଇଥିଲେ  । ତେବେ ଗୋଟିଏ ଗାମୁଛାରେ ଦଳୀୟ ଚିହ୍ନ ରହିଥିଲା  । କିନ୍ତୁ ସେ କୌଣସି ଦଳରେ ନଥିବାରୁ ସେଥିରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି  । ଅପରପକ୍ଷରେ ସେ କୌଣସି ଦଳରେ ଏଯାଏଁ ଯୋଗଦେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି  । 

    ଆଶ୍ଚର୍ଯ୍ୟର କଥା ହେଉଛି ବିଜେପି ଗାମୁଛା ପକାଇ ବୈଜୟନ୍ତ ସେଲଫି ଦେଇଥିଲେ  । ଫଟୋ ଉଠାଇଥିଲେ  । ଯଦି ଯେକୌଣସି ଦଳୀୟ ଗାମୁଛା ପକାଇବାରେ ତାଙ୍କର ଅସୁବିଧା ନାହିଁ ତେବେ କଂଗ୍ରେସ ଓ ବିଜେଡ଼ି ଗାମୁଛା ପଡ଼ିଥିଲେ ସେ ତାହାକୁ ପିନ୍ଧିଥା’ନ୍ତେ କି ବୋଲି ରାଜନୀତିକ ମହଲରେ ପ୍ରଶ୍ନ ଉଠୁଛି  । ଏନେଇ ଜଣେ ବିଜେଡ଼ି ନେତା କହିଛନ୍ତିଯେ, ୨୦୧୪ରୁ ବିଜେପି ଆଡ଼କୁ ସମ୍ପୂର୍ଣ୍ଣ ଭାବେ ଢ଼ଳି ସାରିଥିଲେ ବୈଜୟନ୍ତ  । ହେଲେ ସମବେଦନାର ମଉକା ଖୋଜୁଥିଲେ  । କାଳେ ସିଧାସଳଖ ବିଜେଡ଼ି ଛାଡ଼ି ବିଜେପିକୁ ଗଲେ   ତାଙ୍କ ପ୍ରତି ସାଧାରଣରେ ଭୁଲ ଧାରଣା ସୃଷ୍ଟି ହେବ ସେଥିପାଇଁ ସେ ଜାଣିଶୁଣି ବିଜେଡ଼ିକୁ ବିଭିନ୍ନ ଫୋରମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମାଲୋଚନା କରି ଆସୁଥିଲେ  । ଯେଉଁଥିପାଇଁ ବାଧ୍ୟ ହୋଇ ବିଜେଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଓ ସେ ସେହି ଆଳ ଦେଖାଇ ବିଜେପିକୁ ଯାଇପାରିବେ  । ସେତେବେଳେ ସେ ଯେମିତି ବିଜେପି ଆଡ଼କୁ ଢଳିନାହାନ୍ତି ବୋଲି କହି ଆସୁଥିଲେ ଏବେ ସେମିତି ପଦ୍ମ ଗାମୁଛା ପକାଇ କଥା ବାଅାଁରାଉଛନ୍ତି ବୋଲି ସେ କହିଛନ୍ତି  । 

    Maximum 500 characters

    ରାଜନୀତି View all

    Find Us on Facebook