Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବୈଜୟନ୍ତଙ୍କ କାନ୍ଧରେ ପଦ୍ମ ଗାମୁଛା

    Share on :
    Date: Aug 2, 2018    Views: 2703

    କଟକରୁ ସାର୍ଥକ ରାୟ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କେଉଁ ଦଳରେ ଯୋଗଦେବେ ? ତାହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ବୈଜୟନ୍ତ ଚତୁରତାର ସହ ଏହାକୁ ଏଡ଼ାଇ ଆସୁଥିଲେ  । ପୂର୍ବରୁ ଅଗଷ୍ଟରେ ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା  । ତେବେ ଏହି ଚର୍ଚ୍ଚାର ସତ୍ୟତା ଅଗଷ୍ଟ ପହିଲାରୁ ହିଁ ସ୍ପଷ୍ଟ ହୋଇସାରିଛି  । ମୋଦିଙ୍କ ଓଡ଼ିଶା ଗସ୍ତ ବେଳେ ବୈଜୟନ୍ତ ପଦ୍ମ ଧରିବା ନିଶ୍ଚିତ ହୋଇଯାଇଛି  । 

    ନିକଟରେ ପୂର୍ବତନ ବିଧାୟକ ସମୀର ଦେ’ଙ୍କ ସହ ବୈଜୟନ୍ତଙ୍କ ଆଲୋଚନାକୁ ନେଇ ବେଶ ଚର୍ଚ୍ଚା ସୃଷ୍ଟି ହୋଇଥିଲା  । ସେତେବେଳେ ସମୀର ଓ ତାଙ୍କ ସମର୍ଥକମାନେ ବୈଜୟନ୍ତଙ୍କୁ କଟକରୁ ଲଢ଼ିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ  । ବୈଜୟନ୍ତ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ଗତକାଲି ‘ହେଇଯାଉ ଚା ଚର୍ଚ୍ଚା’ ବେଳେ ତାଙ୍କ କାନ୍ଧରେ ବିଜେପି ଗାମୁଛା ପଡ଼ିଥିବା ଦେଖିବାକୁ ମିଳିଥିଲା  । ଅବଶ୍ୟ ସେ ପଦ୍ମ ଗାମୁଛା ପିନ୍ଧିକି ଆସିନଥିଲେ  । ଚା’ ପିଇବାକୁ ଆସିଥିବା କେତେକ ବିଜେପି କର୍ମୀ ତାଙ୍କ କାନ୍ଧରେ ଗାମୁଛା ପକାଇ ଦେଇଥିଲେ  । ତାହାକୁ ମଧ୍ୟ ସାଦରେ ଗ୍ରହଣ କରିଥିଲେ ବୈଜୟନ୍ତ  । ଯାହାକୁ ନେଇ ଚର୍ଚ୍ଚା ଜୋରଧରିଛି  ।

    Read more

    କେନ୍ଦ୍ରାପଡ଼ାରେ ମୁଁ ନିଶ୍ଚିତ ଜିତିବି : ବୈଜୟନ୍ତ

    ଭୁବନେଶ୍ୱର : କେନ୍ଦ୍ରାପଡ଼ାରେ ବିଜେପି ନିଶ୍ଚିତ ଜିତିବ  । ଓଡ଼ିଶାରେ ବି ସରକାର ଗଢିବ  । କେନ୍ଦ୍ରାପଡ଼ାରୁ ଲଢ଼ୁଥିବା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏହା କହିଛନ୍ତି  । ସେ କହିଛନ୍ତିଯେ, କେନ୍ଦ୍ରାପଡ଼ାକୁ ପ୍ରଚାର କରିବା ପାଇଁ ...

    Read more

    ବିଜେପିର ରାଷ୍ଟ୍ରୀୟ ଉପସଭାପତି ହେଲେ ବୈଜୟନ୍ତ

    ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଭାବେ ଦାୟିତ୍ୱ ଦିଆଯାଇଛି  । ସେହିପରି ବୈଜୟନ୍ତଙ୍କୁ ବିଜେପିର ମୁଖପାତ୍ର ମଧ୍ୟ କରାଯାଇଛି  । ବିଜେପି ସଭାପତି ଅମିତ ଶାହା ଏହି ଦାୟିତ୍ୱ ଦେଇଛନ୍ତି  ...

    Read more

    ବିଜେପି ଜିତିଲେ ବୈଜୟନ୍ତ ମୁଖ୍ୟମନ୍ତ୍ରୀ !

    ଭୁବନେଶ୍ୱର : ‘ଓଡିଶାରେ ବିଜେପି ଜିତିଲେ ବୈଜୟନ୍ତ ପଣ୍ଡା ହେବେ ମୁଖ୍ୟମନ୍ତ୍ରୀ  । ଆଂଚଳିକ ରାଜନୀତିରେ ମିଡ଼ିଆର ବେଶ ଗୁରୁତ୍ୱ ରହିଥିବାବେଳେ ବୈଜୟନ୍ତଙ୍କ ପନôୀ ଜାଗୀ ମଙ୍ଗତ ପଣ୍ଡାଙ୍କ ହାତରେ ‘ଓଟିଭି’ ଭଳି ଟିଭି ରହିଛି  ।’ ଏ ଶବ୍ଦ ଆମର ...

    Maximum 500 characters

    ରାଜନୀତି View all

    Find Us on Facebook