Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଆମ ଗାଁ, ଆମ ବିକାଶ : ୧୨୨ ପଂଚାୟତ ପାଇଁ ୧୦୭୭ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

    Share on :
    Date: Aug 1, 2018    Views: 513

    ଭୁବନେଶ୍ୱର : ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ଜିଲ୍ଲାର ୬ଟି ବ୍ଲକ୍ ପାଇଁ ୨୮.୯୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି  । ଏହି ସବୁ ବ୍ଲକଗୁଡ଼ିକର ୧୨୨ ପଂଚାୟତ ପାଇଁ ୧୦୭୭ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି  ।

    ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଭଦ୍ରକ ଜିଲ୍ଲାର ବନ୍ତ, କଟକ ଜିଲ୍ଲାର ବାରଙ୍ଗ, କଳାହାଣ୍ଡି ଜିଲ୍ଲାର ଥୁଆମୁଳ-ରାମପୁର, ଗଜପତି ଜିଲ୍ଲାର ଗୋଷାଣୀ ଓ ସୋନପୁର ଜିଲ୍ଲାର ବୀରମହାରଜପୁର ବ୍ଲକ୍ରେ ଆଜି ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ହୋଇଥିଲା  । ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ଜନ ପ୍ରତନିଧିଙ୍କ ସହ ଆଲୋଚନା କରିଥିଲେ  । 

    ଜନ ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପାତ୍ରପୁର ବ୍ଲକ୍ର ୨୩ ପଚାଂୟତ ପାଇଁ ୫.୭୫ କୋଟି ଟଙ୍କାରେ ୧୨୩ଟି ପ୍ରକଳ୍ପ, ବନ୍ତ ବ୍ଲକ୍ର ୨୫ଟି ପଞ୍ଚାୟତ ପାଇଁ ୬.୧୫ କୋଟି ଟଙ୍କାରେ ୧୭୮ଟି ପ୍ରକଳ୍ପ, ବାରଙ୍ଗ ବ୍ଲକ୍ର ୧୬ଟି ପଞ୍ଚାୟତ ପାଇଁ ୪.୩୫କୋଟି ଟଙ୍କାରେ ୨୩୮ଟି ପ୍ରକଳ୍ପ, ଥୁଆମୁଳ-ରାମପୁର ବ୍ଲକ୍ର ୨୪ଟି ପଞ୍ଚାୟତ ପାଇଁ ୪.୪୦ କୋଟି ଟଙ୍କାରେ ୨୫୨ଟି ପ୍ରକଳ୍ପ, ଗୋଷାଣୀ ବ୍ଲକର  ୨୦ଟି ପଞ୍ଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୬୯ଟି ପ୍ରକଳ୍ପ ଓ ବୀରମହାରାଜପୁର ବ୍ଲକ୍ର ୧୪ଟି ପଞ୍ଚାୟତ ପାଇଁ ୩.୫୫ କୋଟି ଟଙ୍କାରେ ୧୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିଲେ  । ଏହିପରି ସମୁଦାୟ ୬ଟି ବ୍ଲକ୍ର ୧୨୨ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୮.୯୫ କୋଟି ଟଙ୍କାରେ ୧୦୭୭ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ,ବିଧାୟକ,ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ,ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଚାଂୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook