Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏନଆରସି ନେଇ ବିଜେଡ଼ିକୁ ଶାହାଙ୍କ ପ୍ରଶଂସା, ଜାତୀୟସ୍ତରରେ ଉଜ୍ଜ୍ୱଳ ହେଲା ନବୀନଙ୍କ ଭାବମୂର୍ତ୍ତି

    Share on :
    Date: Aug 1, 2018    Views: 1923

    ଭୁବନେଶ୍ୱର : ଗୋଟିଏ ପଟେ ଏନଆରସି ନେଇ ରାଜ୍ୟ ବିଜେପିର ଟ୍ରୋଲମାନେ ସୋସିଆଲ ମିଡ଼ିଆରେ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସହ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଛି  । ହେଲେ ଏନଆରସି ପ୍ରସଙ୍ଗରେ ବିଜେଡ଼ିକୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ପ୍ରଶଂସା ପରେ ନବୀନଙ୍କ ଆଭିମୁଖ୍ୟ ଓ ଭାବମୂର୍ତ୍ତିକୁ ନେଇ ଜାତୀୟସ୍ତରରେ ବେଶ ପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଛି  । ଫେସବୁକ ଓ ଟ୍ୱିଟରରେ ନବୀନ ଓ ବିଜେଡ଼ିକୁ ନେଇ ସକରାତ୍ମକ ମନ୍ତବ୍ୟ ପ୍ରକାଶ ପାଇଛି  ।

    ଆସାମରେ ନାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ ବା ଏନଆରସିକୁ ନେଇ ବିବାଦ ସୃଷ୍ଟିହୋଇଛି  । ବିରୋଧୀ ଦଳ ଏଥିପାଇଁ ବିଜେପିକୁ ଟାର୍ଗେଟ କରୁଛନ୍ତି  । ତେବେ ଗତକାଲି ରାଜ୍ୟସଭାରେ ଏସଂକ୍ରାନ୍ତୀୟ ଆଲୋଚନା ବେଳେ ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେଯେ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ  । ଆମକୁ ମଧ୍ୟ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖିବାକୁ ପଡ଼ିବ  । ଆମେ ଭୁଲିଯିବା ଠିକ୍ ହେବନାହିଁଯେ, ଏହି ପ୍ରସଙ୍ଗ ସହ ଜାତୀୟ ସୁରକ୍ଷା ସଂପୃକ୍ତି ରହିଛି  । ତେଣୁ ଆମକୁ ଯନô ସହକାରେ ଏହି ପ୍ରସଙ୍ଗକୁ ଗ୍ରହଣ କରିବାକୁ ପଡ଼ିବ  । ମାନବିକତାର ବିଚାର ମଧ୍ୟ ରହିଛି  । ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ  । କେବଳ ଆସାମ ନୁହେଁ ସାରା ଦେଶ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ  । ତେବେ ପ୍ରଥମତଃ ଦେଶର ସୁରକ୍ଷା ଓ ଦ୍ୱିତୀୟରେ ମାନବିକତା ବୋଲି ପ୍ରସନ୍ନ କହିଥିଲେ  ।

    ରାଜ୍ୟସଭାରେ ପ୍ରସନ୍ନ ଆଚାର୍ଯ୍ୟ ଏହା କହିବା ପରେ ବିଜେଡିକୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶଂସା କରିଥିଲେ ଅମିତ ଶାହା  । ସେ କହିଥିଲେଯେ, ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗ ନେଇ କେବଳ ବିଜେପି ଓ ବିଜେଡ଼ି ଏକମତ ହୋଇଛନ୍ତି  । ବେଆଇନ ବାଂଲାଦେଶୀ ଅନୁପ୍ରବେଶକୁ ବନ୍ଦ କରିବା ପାଇଁ କେବଳ ଏହି ଦୁଇଦଳ କହିଛନ୍ତି  । ଭୋଟ ରାଜନୀତିର ବଶବର୍ତୀହୋଇ ଅନ୍ୟ କୌଣସି ଦଳ ଏହାକୁ ସମର୍ଥନ କରୁନାହାନ୍ତି ବୋଲି ଶାହା କହିଥିଲେ  ।

    ବାଂଲାଦେଶୀ ଅନୁପ୍ରବେଶ ସମସ୍ୟାକୁ ନେଇ ଦୀର୍ଘଦିନ ଧରି ଜାତୀୟସ୍ତରରେ ଆଲୋଚନା ହୋଇଆସୁଛି  । ଏହି ପରିପ୍ରେକ୍ଷୀରେ ବିଜେଡ଼ି ରାଷ୍ଟ୍ରୀୟ ସୁରକ୍ଷାକୁ ଗୁରୁତ୍ୱ ଦେଉଥିବାରୁ ଅନେକ ନବୀନଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି  ।

    Read more

    ବାତ୍ୟା ପ୍ରଭାବିତ ଉଠାଦୋକାନୀ, ନଡ଼ିଆ ଓ କୁକୁଡ଼ା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟିର ପ୍ୟାକେଜ ଘୋଷଣା

    ୧୧ଟି ପୌରାଞ୍ଚଳର ୩୦ ହଜାର ଉଠାଦୋକାନୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ନଷ୍ଟ ହୋଇଥିବା ପ୍ରତି ନଡ଼ିଆଗଛ ପାଇଁ ମିଳିବ ୫୦୦ ଟଙ୍କା, ସର୍ବାଧିକ ୨୫ଟି ଗଛ ପାଇଁ ମିଳିବ ସହାୟତା ୫୦୦ କୁକୁଡ଼ା ଥିବା ବ୍ରଏଲର ୟୁନିଟ୍କୁ ପୁନରୁଦ୍ଧାର ପାଇଁ ୧ ଲକ୍ଷ ଟଙ୍କାରେ ଦିଆଯିବ ୭୫ ...

    Read more

    ‘ମୁଁ ଆପଣଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ’

    କେନ୍ଦ୍ରାପଡ଼ା: ମୁଁ ଆପଣମାନଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି ।  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସିର ହରିଆବାଙ୍କ ଗ୍ରାମରୁ ନିର୍ବାଚନୀ ପ୍ରଚାର ରୋଡ ଶୋ  ଆରମ୍ଭ ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ...

    Read more

    ଭୋଟ ପାଇଁ କେନ୍ଦ୍ରୀୟ ନେତା ଡେରା ପକାଇଛନ୍ତି: ନବୀନ

    ଭୁବନେଶ୍ୱର: କେବଳ ଭୋଟ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ନେତା ଡେରା ପକାଇଛନ୍ତି । ପ୍ରାକୃତିକ ଦୁର୍ବିପାକ ସମୟରେ ସେମାନେ ଓଡ଼ିଶାର ମାଟି ବି ମାଡ଼ୁନଥିଲେ । ତେବେ ନିର୍ବାଚନ ସମୟରେ କେବଳ ଭୋଟ ପାଇଁ  ଓଡ଼ିଶା କଥା ସେମାନଙ୍କ ମନେପଡ଼ୁଛି । ଖାଲି ମନେ ପଡ଼ୁନି କୁମ୍ଭୀର ...

    Maximum 500 characters

    ରାଜନୀତି View all

    Find Us on Facebook