Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପୃଥ୍ୱୀରାଜଙ୍କୁ ନେଇ କେନ୍ଦୁଝର ବିଜେପିରେ ବିବାଦ

    Share on :
    Date: Aug 1, 2018    Views: 8339

    ଭୁବନେଶ୍ୱର : ପୃଥ୍ୱୀରାଜ କୁଅଁରଙ୍କୁ ନେଇ ଏବେ କେନ୍ଦୁଝର ବିଜେପିରେ ବିବାଦ ସୃଷ୍ଟିହୋଇଛି  ।  ପୃଥ୍ୱୀରାଜଙ୍କ ନେତୃତ୍ୱକୁ ପୁରୁଣା ବିଜେପି କର୍ମୀମାନେ ଗ୍ରହଣ କରିବା ମୁଡ଼ରେ ନାହାନ୍ତି  । ଯାହାର ପ୍ରତିଫଳନ ବିଜେପିର ପ୍ରାକ ନିର୍ବାଚନୀ ବୈଠକରେ ଦେଖିବାକୁ ମିଳିଛି  । ପୃଥ୍ୱୀରାଜ କୁଅଁରଙ୍କ ଗୋଷ୍ଠୀ ସହ ବିଜେପି ନେତା ଭଗବାନ ସାହୁଙ୍କ ଗୋଷ୍ଠୀ ଭିତରେ ବାକବିତଣ୍ଡା ହେବା ସହ ହାତାହାତି ପର୍ଯ୍ୟନ୍ତ କଥାଯାଇଛି  । ଯାହା ଏବେ କେନ୍ଦୁଝର ରାଜନୀତିକୁ ସରଗରମ କରିଦେଇଛି  । ସୂଚନାଯୋଗ୍ୟଯେ, ନୟାଗଡ଼ରେ ଲାଲା ମନୋଜ ରାୟଙ୍କ ସହ ପୁରୁଣା ବିଜେପି ନେତାଙ୍କ ମଧ୍ୟରେ ହୋଟେଲରେ ଗଣ୍ଡଗୋଳ ହୋଇଥିଲା  । ଯେଉଁଥିପାଇଁ ଯୁବମୋର୍ଚ୍ଚାର ନେତାମାନଙ୍କୁ ଦଳ ନିଲମ୍ବିତ କରିଥିଲା  । 

    ମିଳିଥିବା ସୂଚନାନୁଯାୟୀ ଘଟଗାଁର ଏକ ହୋଟେଲରେ ବିଜେପିର ପ୍ରାକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଥିଲା  । ଜିଲ୍ଲା ପ୍ରଭାରୀ ବିରଜା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ବହୁ ପୁରୁଖା ନେତା ଯୋଗ ଦେଇଥିଲେ  । ଆଲୋଚନା ଠିକଠାକ ଚାଲିଥିଲା  । ତେବେ କଂଗ୍ରେସରୁ ଯାଇ ବିଜେପିରେ ମିଶିଥିବା ପୃଥ୍ୱୀରାଜ କୁଅଁରଙ୍କ ଭାଷଣ ବେଳେ ବିବାଦ ଆରମ୍ଭ ହୋଇଥିଲା  । ଭାଷଣ ବେଳେ ପୃଥ୍ୱୀରାଜ କହିଲେଯେ, ତାଙ୍କ ପାଇଁ ଘସିପୁରାରେ ବିଜେପି ସ୍ଥିତିରେ ଉନ୍ନତି ଘଟିଛି  । ତେବେ କିଛି ପୁରୁଣା ନେତା ବିଜେଡ଼ି ଓ କଂଗ୍ରେସ ଠାରୁ ଟଙ୍କା ନେଇ ଦଳର କ୍ଷତି କରୁଛନ୍ତି ବୋଲି ଅଭିଯୋଗ କରିଥିଲେ  । ତେବେ ପୃଥ୍ୱୀରାଜଙ୍କ ଏହି କଥାକୁ ସହଜରେ ଗ୍ରହଣ କରିପାରିନଥିଲେ ପୂର୍ବତନ ବିଜେପି ପ୍ରାର୍ଥୀ ଭଗବାନ ସାହୁ  । ସେ ପୃଥ୍ୱୀରାଜଙ୍କୁ କଥାକୁହା ନେତା ବୋଲି କହି ଅଟ୍ଟହାସ୍ୟ କରିଥିଲେ  । ଭଗବାନ ସାହୁଙ୍କ କଟାକ୍ଷକୁ ହଜମ କରିନପାରି ପୃଥ୍ୱୀରାଜ ଓ ତାଙ୍କ ସମର୍ଥକମାନେ ବୈଠକରେ ହୋହାଲ୍ଲା କରିଥିଲେ  । ଏମିତିକି ଭଗବାନଙ୍କ ସହ ହାତାହାତି ହୋଇଥିଲା  । ମାଡ଼ ଖାଇ ଭଗବାନ ବୈଠକ ଅଧାରୁ ଉଠି ଯାଇଥିଲେ  । ଫଳରେ ସଭାକାର୍ଯ୍ୟ ବନ୍ଦ କରାଯାଇଥିଲା  । ଏମିତିକି ପୃଥ୍ୱୀରାଜଙ୍କ ବିରୋଧରେ ଭଗବାନ ସାହୁଙ୍କ ଗୋଷ୍ଠୀ ଦଳୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ରାଜ୍ୟ ସଭାପତିଙ୍କୁ ଅବଗତ କରିଥିବା ଜାଣିବାକୁ ମିଳିଛି  । 

    Maximum 500 characters

    ରାଜନୀତି View all

    Find Us on Facebook