Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ୬ କୋଟିର ଅଳଙ୍କାର ପିନ୍ଧୁଛନ୍ତି ‘ଗୋଲଡେ଼ନ ବାବା’

    Share on :
    Date: Aug 1, 2018    Views: 4175

    ନୂଆଦିଲ୍ଲୀ : ଚର୍ଚ୍ଚାରେ ଗୋଲଡେ଼ନ ବାବା  । ଯିଏ ପିନ୍ଧନ୍ତି ୬ କୋଟିର ଅଳଙ୍କାର  । ହାତରେ ପିନ୍ଧନ୍ତି ୨୭ ଲକ୍ଷ ମୂଲ୍ୟର ଘଂଟା  । ଏସୟୂଭିରେ ଚଢ଼ି ନିଜ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି  । ଶୋଭାଯାତ୍ରା ବି କରନ୍ତି  । ପ୍ରତିବର୍ଷ କନୱର ଯାତ୍ରା ବେଳେ ଗୋଲଡେ଼ନ ବାବା ସୁନା ଗହଣାରେ ଛାଉଣୀ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥା’ନ୍ତି  । ଗତବର୍ଷ ବାବା ୧୪.୫ କେଜିର ସୁନା ଗହଣା ପିନ୍ଧିଥିବାବେଳେ ଚଳିତ ବର୍ଷ ୨୦ କେଜିର ସୁନା ଗହଣା ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି  ।

    ସୁଧିର ମକ୍କର ବାବା ‘ଗୋଲଡେ଼ନ ବାବା’ ଭାବେ ବେଶ୍ ପରିଚିତ  । ପ୍ରତିବର୍ଷ କନୱର ଯାତ୍ରା ବେଳେ ତାଙ୍କର ସୁନା ଗହଣା ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଥାଏ  । ୨୦୧୬ରେ ୧୨ କେଜି ସୁନା ଗହଣା ପିନ୍ଧୁଥିବା ବାବା ଚଳିତ ବର୍ଷ ୨୦ କେଜି ସୁନା ପିନ୍ଧିଥିବା ଦେଖିବାକୁ ମିଳିଛି  । ତାଙ୍କର ସୁରକ୍ଷା ପାଇଁ ପୁଲିସ ମଧ୍ୟ ମୁତୟନ କରାଯାଇଥାଏ  । ଏମିତିକି ବାବାଙ୍କ ପାଖେପାଖେ ପୁଲିସ ସଜାଗ ରହିଥା’ନ୍ତି  ।
    ଚଳିତ ବର୍ଷ ବାବାଙ୍କ କନୱର ଯାତ୍ରାର ରଜତ ଜୟନ୍ତୀ  । ଏଥିପାଇଁ ବାବା ୨କେଜିର ଏକ ନୂଆ ଚେନ କରିଛନ୍ତି  । ଯେଉଁଥିରେ ଝୁଲୁଛି ଶିବଙ୍କ ସୁନା ଲକେଟ  । ପ୍ରତିବର୍ଷ ବାବା ହରଦ୍ୱାରରୁ ଦିଲ୍ଲୀ ପର୍ଯ୍ୟନ୍ତ ସୁନା ଗହଣାରେ ଛାଉଣୀ ହୋଇ ୨୦୦ କିଲୋମିଟର ଯାତ୍ରା କରନ୍ତି  । ତେବେ ଅତ୍ୟଧିକ ସୁନା ଗହଣା ପିନ୍ଧିବା ଦ୍ୱାରା ତାଙ୍କର ଯନ୍ତ୍ରଣା ହେଉଥିବାବେଳେ ଆଖିକୁ ମଧ୍ୟ ଠିକ ଭାବେ ଦିଶିନଥାଏ ବୋଲି ବାବା କହନ୍ତି  ।

    ଖାଲି ସୁନାଗହଣା ପ୍ରତି ନୁହେଁ ଦାମୀ ଗାଡ଼ି ଓ ଦାମୀ ଘଡ଼ିରେ ବି ବାବାଙ୍କର ସଉକ ରହିଛି  । ସେ ହାତରେ ୨୭ ଲକ୍ଷ ଟଙ୍କାର ରୋଲେକ୍ସ ଘଡ଼ି ପିନ୍ଧୁଥିବାବେଳେ ଗୋଟିଏ ବିଏମଡବ୍ଲୁ୍ୟ, ୩ଟି ଫରଚୁ୍ୟନର, ୨ଟି ଅଡ଼ି ଓ ୨ଟି ଇନୋଭା ଗାଡ଼ି ରଖିଛନ୍ତି  । ସେହିପରି ଅନେକ ସମୟରେ ବାବା ହମର, ଜାଗୁଆର ଓ ଲ୍ୟାଣ୍ଡ ରୋଭର ଭଳି ଗାଡ଼ି ଭଡ଼ାରେ ନେଇ ଯାଉଥିବାର ନଜିର ରହିଛି  ।

    ସୁନା ଓ କାର ସଉକ ନେଇ ବାବା କୁହନ୍ତି, ୧୯୭୨-୭୩ରେ ସୁନା ଭରି ୨୦୦ ଟଙ୍କା ଥିଲା  । ସେତେବେଳେ ସେ ମାତ୍ର ୪ ଭରି ସୁନା ପିନ୍ଧୁଥିଲେ  । ଧିରେଧିରେ ଭକ୍ତମାନଙ୍କର ଦାନରେ ତାଙ୍କର ସୁନା ଗହଣା ବୃଦ୍ଧି ପାଇଛି  । ସେ ମୃତୁ୍ୟ ପର୍ଯ୍ୟନ୍ତ ସୁନା ନିଜ ପାଖରେ ରଖିବେ  । ପରେ ନିଜର ଭଲ ଭକ୍ତଙ୍କୁ ଏହା ଦାନ କରିବେ ବୋଲି କହିଛନ୍ତି  ।

    ବାବା ହେବା ପୂର୍ବରୁ ମକ୍କର ଦିଲ୍ଲୀର ଗାନ୍ଧୀନଗର ବଜାରରେ ଜମିବାଡ଼ି କାରବାର କରୁଥିଲେ  । ପିଲାଦିନେ ସେ ଗୋଲାପ ଫୁଲ ମଧ୍ୟ ବିକ୍ରି କରୁଥିଲେ  । ପରେପରେ ଜିନ୍ସ, ସାର୍ଟ ଓ ଜ୍ୟାକେଟ ବେପାର ମଧ୍ୟ କରିଥିଲେ  । ଜାଗାବାଡ଼ି ବେପାରରେ ବହୁତ ଲାଭ ହେବା ପରେ ସେ ନିଜକୁ ଶିବଙ୍କ ପାଖରେ ସମର୍ପିତ କରିଦେଇଥିଲେ  ।

     

    Maximum 500 characters

    ବିଶେଷ View all

    Find Us on Facebook