ମୁଖ୍ୟ ଖବର
ଜଗତସିଂହପୁରରୁ ସୌମ୍ୟଜିତ ପଟ୍ଟନାୟକ : ବାପି ସର୍ଖେଲଙ୍କ ପ୍ରେସମିଟକୁ ଆଳ କରି ବିଷ୍ଣୁ ଦାସ ପ୍ରଥମେ ଡାକ୍ତର ଦାମୋଦର ରାଉତଙ୍କୁ ଇଲେଇତି କଲେ । ବିଷ୍ଣୁଙ୍କ ତାଚ୍ଛଲ୍ୟକୁ ସହଜରେ ହଜମ କରିପାରିନଥିବା ଡାକ୍ତର ରାଉତ ଏବେ ପାଲଟା ବାଣ ଛାଡ଼ିଛନ୍ତି । ସିଧାସିଧା କହିଛନ୍ତି ବିଷ୍ଣୁ ଦାସ ମୋ ସମସ୍କନ୍ଧ ନୁହଁନ୍ତି । ଏମିତିକି ଘୁକାଳିଆ ଗୋଟେ ଚଢେ଼ଇ ନା ବିଷ୍ଣୁ ଦାସ ଗୋଟେ ମଣିଷ ବୋଲି ଟିପ୍ପଣୀ ଦେଇଛନ୍ତି ଦାମ । ଖାଲି ସେତିକିନୁହେଁ ବିଷ୍ଣୁଙ୍କ ବିରୋଧରେ ସଂଗୀନ ଅଭିଯୋଗ ବାଢ଼ିଛନ୍ତି ସେ । ପ୍ରତିମାସରେ ବାପି ସର୍ଖେଲଙ୍କ ସହଯୋଗୀ ସନ୍ତୋଷ ଠାରୁ ବିଷ୍ଣୁ ଦାସ ଚାନ୍ଦା ନିଅନ୍ତି ବୋଲି ଡାକ୍ତର ରାଉତ ଅଭିଯୋଗ କରିଛନ୍ତି । ବାପି ସର୍ଖେଲଙ୍କ ପ୍ରେସମିଟ ଓ ଦାମ-ବିଷ୍ଣୁଙ୍କ ମଧ୍ୟରେ କଥା କଟାକଟି ଏବେ ଜଗତସିଂହପୁର ରାଜନୀତିକୁ ସରଗରମ କରିଦେଇଛି ।
Comments ସମସ୍ତ ମତାମତ 0