Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୁଁ ଦାମବାବୁଙ୍କୁ ଭୟ କରେ : ବିଷ୍ଣୁ ଦାସ

    Share on :
    Date: Jul 30, 2018    Views: 4836

    ଜଗତସିଂହପୁରରୁ ସୌମ୍ୟଜିତ ପଟ୍ଟନାୟକ : ‘ମୁଁ ଦାମ ବାବୁଙ୍କୁ ଭୟ କରେ  । ତାଙ୍କ ସହିତ ବହୁ ଲୋକ ଅଛନ୍ତି  । ସିଏ ପାର୍ଟିର ତୁଣ୍ଡ  । ଚାହିଁଲେ ଗତିପଥ ରୋକିପାରିବେ  । ଭାରି କଡ଼ା ଲୋକ, କଡ଼ା ଟିପ୍ପଣୀ ଦିଅନ୍ତି  ।’ ଏକଥା କହିଛନ୍ତି ଦାମଙ୍କ କଟ୍ଟର ବିରୋଧୀ ଭାବେ ପରିଗଣିତ ଜଗତସିଂହପୁର ବିଜେଡ଼ି ଜିଲ୍ଲା ସଭାପତି ବିଷ୍ଣୁ ଦାସ  ।

    ଆଜି କଂଗ୍ରେସ ନେତା ବାପି ସର୍ଖେଲ ଦାମଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି  । ସେ କହିଛନ୍ତିଯେ, ପାରାଦୀପ କ୍ରାଇମ ସିଣ୍ଡିକେଟ ସହ ଦାମଙ୍କର ସଂପୃକ୍ତି ରହିଛି । ଟିଟୋ ଲିଙ୍କରେ ଗିରଫ ହୋଇଥିବା ବାପୁ ପରିଡ଼ାଙ୍କ ଟିଟୋ ସହ ସଂପୃକ୍ତି ନାହିଁ ବୋଲି ଦାମ ଯେଉଁ ବିବୃତି ଦେଇଥିଲେ ତାହାକୁ ସେ ସମାଲୋଚନା କରିଛନ୍ତି ।  ସେ କହିଛନ୍ତି ଯେ, ଟିଟୋ ସହ ବାପୁ ପରିଡ଼ାର ସଂପର୍କ ନାହିଁ ବୋଲି ଦାମ କେମିତି ଜାଣିଲେ । ସେ କ’ଣ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା କରୁଥିଲେ ବୋଲି ସର୍ଖେଲ ପ୍ରଶ୍ନ କରିଛନ୍ତି । ସେହିପରି ବିଜେଡି ନେତା ମୁନା ପତିଙ୍କ ହତ୍ୟାକାଣ୍ଡର ପୁନଃ ତଦନ୍ତ ପାଇଁ ବାପି ଦାବି କରିଥିଲେ  ।

    ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଷ୍ଣୁ କହିଛନ୍ତିଯେ, ଟିଟୋ ଲିଙ୍କର ଏସଟିଏଫ ତଦନ୍ତ କରୁଛି  । ଲିଙ୍କ ପ୍ରମାଣିତ ହେବା ଦରକାର  । ଏସଟିଏଫ କାର୍ଯ୍ୟାନୁଷ୍ଠାନ ନେଲେ ମୁଁ ଜିଲ୍ଲା ସଭାପତି ଭାବେ କର୍ତବ୍ୟ କରିବି ବୋଲି ସେ କହିଛନ୍ତି  । ଏହି ଅବକାଶରେ ଗଣମାଧ୍ୟମ ପ୍ରତିନିଧିମାନେ ଦାମବାବୁଙ୍କ ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ଲୋଡ଼ିଥିଲେ  । ଏହାର ଉତରରେ ବିଷ୍ଣୁ କହିଥିଲେ, ମୋତେ ଦାମବାବୁଙ୍କ କଥା ପଚାରନ୍ତୁ ନାହିଁ  । ତାଙ୍କର ଭାବମୂର୍ତି କ’ଣ ରାଜ୍ୟବାସୀ ଜାଣନ୍ତି  । ସେ ପାର୍ଟିର ତୁଣ୍ଡ  । ତାଙ୍କ ସହ ବହୁ ଲୋକ ଅଛନ୍ତି  । ମୁଁ ତାଙ୍କୁ ଭୟ କରେ  । ସେ ଚାହିଁଲେ ଗତିପଥ ରୋକିପାରିବେ  । କଡ଼ା ଲୋକ ଓ କଡ଼ା ଟିପ୍ପଣୀ ଦିଅନ୍ତି ବୋଲି ବିଷ୍ଣୁ କହିଛନ୍ତି  । 

    Read more

    ଦାମଙ୍କୁ ବିଜେଡି ଥୋପ

    ଭୁବନେଶ୍ୱର : ୨୦୧୯ ନିର୍ବାଚନରେ ଡାକ୍ତର ଦାମୋଦର ରାଉତ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ?  ଏନେଇ ଡାକ୍ତର ରାଉତ ଏଯାଏଁ କିଛି ବି ସ୍ପଷ୍ଟ କରିପାରୁନାହାନ୍ତି  । ଆଂଚଳିକ ଦଳ ଗଠନରେ ସେ ବିଫଳ ହେବା ପରେ ପ୍ରଥମେ କଂଗ୍ରେସ ଓ ପରେ ବିଜେପି ସହ ଯୋଗସୂତ୍ରରେ ...

    Read more

    ଚର୍ଚ୍ଚାରେ ରହିବା ପାଇଁ ‘ଜନତା କ୍ରାନ୍ତି’ କଥା କହିଥିଲେ ଦାମ !

    ଭୁବନେଶ୍ୱର : ଜାନୁଆରୀ ୨୧  । ଏକ ନୂଆ ଦଳ ଗଢିବା ପାଇଁ ଆବେଦନ କରାଯାଇଛି ବୋଲି କହିଥିଲେ ଡାକ୍ତର ଦାମୋଦର ରାଉତ  । ଦଳର ନାଁ ମଧ୍ୟ ସ୍ପଷ୍ଟ କରିଥିଲେ  । ଏମିତିକି ନୂଆ ଦଳରେ ଯୋଗଦେବା ପାଇଁ ନେତାମାନଙ୍କୁ ଆହ୍ୱାନ ମଧ୍ୟ ଦେଇଥିଲେ  । ହେଲେ କୁଆଡେ଼ ଗଲା ...

    Read more

    ଯଦି ମୋ ପୁଅ ପାଇଁ ଏତେ ଦରଦ, ଦେବାଶିଷ ପାରାଦୀପ ବୁଲୁଛନ୍ତି କାହିଁକି : ଦାମ

    ଭୁବନେଶ୍ୱର : ଯଦି ମୋ ପୁଅ ପାଇଁ ବିଜେଡିର ଏତେ ଦରଦ ତାହେଲେ ଦେବାଶିଷ ସାମନ୍ତରାୟ ପାରାଦୀପ ବୁଲୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଡାକ୍ତର ଦାମୋଦର ରାଉତ  । ସେହିପରି ନିଜ ପୁଅ ଓ ଝିଅ ପାଇଁ ସେ ଗର୍ବିତ ବୋଲି କହିଛନ୍ତି  ।

    ବିଜେଡ଼ି ପ୍ରତିଷ୍ଠା ...

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook