Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାହୁଲ ଆଖି ମାରିଲେ ବୋଲି ୨ ମାର୍କ କାଟିଦେଲେ ନିରଞ୍ଜନ

    Share on :
    Date: Jul 27, 2018    Views: 5817

    ଭୁବନେଶ୍ୱର : ସବୁ ଠିକ ଠାକ ଥିଲା  । ଅନାସ୍ଥା ପ୍ରସ୍ତାବରେ ରାହୁଲ ଯେଉଁଭଳି ଢଙ୍ଗରେ ମୋଦି ସରକାରଙ୍କୁ ଆକ୍ରମଣ କଲେ, ଯେମିତି ଭାବେ ମୋଦିଙ୍କୁ ଆଲିଙ୍ଗନ କଲେ ସେଥିରେ ତାଙ୍କୁ ୧୦୦ ମାର୍କ ମିଳିବା କଥା  । ହେଲେ ଆଖି ମାରିଦେବାରୁ ମାଇନସ ମାର୍କିଂ ହୋଇଗଲା  । ୧୦୦ ମାର୍କ ବଦଳରେ ୯୮ ମାର୍କ ମିଳିଲା  । ଏହି ନମ୍ବର ଆଉ କେହି କାଟିନାହାନ୍ତି  । ରାହୁଲଙ୍କ ଖାତାରୁ ଏହି ନମ୍ବର କାଟିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  । 

    ଟାଇମ୍ସ ଅଫ ଇଣ୍ଡିଆର ଦିଲ୍ଲୀ ସଂସ୍କରଣରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକରେ ନିରଞ୍ଜନ ପଟ୍ଟନାୟକ ଅନାସ୍ଥା ପ୍ରସ୍ତାବରେ ରାହୁଲଙ୍କ ପ୍ରଦର୍ଶନର ଭୂୟସୀ ପ୍ରଶଂସା କରିଥିଲେ  । ସିଡବ୍ଲୁ୍ୟସି ବୈଠକରେ ନିରଞ୍ଜନ କହିଥିଲେଯେ, ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଆପଣଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା  । ଏଥିପାଇଁ ଆପଣଙ୍କୁ ଶହେରୁ ଶହେ ମିଳିବା କଥା  । ହେଲେ ଆଖିମରା ପାଇଁ ଏହା ୯୮କୁ ଖସିଗଲା  । ଆଲୋଚନା କାଳରେ ନିରଞ୍ଜନ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇଥିଲେ  । ଆନ୍ଧ୍ର ବଦଳରେ ଓଡ଼ିଶାକୁ ପ୍ରଥମେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବା କଥା ବୋଲି ନିରଞ୍ଜନ କହିଥିଲେ  । ତେବେ ସୋନିଆ ଗାନ୍ଧୀ କହିଥିଲେଯେ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ନିରଞ୍ଜନ ତୁଳନା କରିବା କଥା ନୁହେଁ  । ଆନ୍ଧ୍ର ବିଭାଜନ ବେଳେ ଉପା ସରକାର ଏହି ପ୍ରତିଶ୍ରୁତି ଦେଇଥିଲେ  । କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସିଲେ ଏହି ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ସୋନିଆ କହିଥିଲେ  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook