Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ପୁରୀ ରଥଯାତ୍ରାରେ ଜେଏସପିଏଲ ଫାଉଣ୍ଡେସନ ମାଗଣା ଭୋଜନସେବା ପ୍ରଦାନ

    Share on :
    Date: Jul 26, 2018    Views: 567

    ଭୂବନେଶ୍ୱର/ପୁରୀ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର କର୍ପୋରେଟ ସାମାଜିକ ଅନୁଷ୍ଠାନ ଜେଏସପିଏଲ ଫାଉଣ୍ଡେସନ୍ ପକ୍ଷରୁ ପୁରୀ ରଥ ଯାତ୍ରାରେ ୫୦୦୦୦ରୁ ଅଧିକ ଭକ୍ତମାନଙ୍କ ମଧ୍ୟରେ ରନ୍ଧାଖାଦ୍ୟ ବଂଟନ କରାଯାଇଛି । ଜିଲ୍ଲା ପ୍ରସାଶନ ସହ ସମନ୍ୱୟରେ, ରେଳଷ୍ଟେସନ ନିକଟରେ ଏକ ଅସ୍ଥାୟୀ ଶିବିରରେ ଭକ୍ତମାନଙ୍କୁ ବିନା ପିଆଜ ରସୁଣ ସଂପୂର୍ଣ୍ଣ ନିରାମିଷ ଭୋଜନ (ଅନ୍ନ, ଡାଲମା ଓ ଖଟା) ପରିବେଷଣ କରାଯାଇଥିଲା ।  
    ଗତବର୍ଷ ପରି ଏହି ବର୍ଷ ଜୁଲାଇ ୧୩ ତାରିଖ ନେତ୍ରୋତ୍ସବ ସଂଧ୍ୟାରୁ ଆରମ୍ଭ ହୋଇ ଏହି ସେବା ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୧୪ ତାରିଖ ଶ୍ରୀଗୁଣ୍ଡିଚା ରାତ୍ରୀ ପର୍ଯ୍ୟନ୍ତ ଚାଲୁରହିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଜୁଲାଇ ୨୨ ତାରିଖ ବାହୁଡା ଦିନ ଆରମ୍ଭ ହୋଇ, ଏହି ସେବା ଜୁଲାଇ ୨୩ ତାରିଖ ସୁନାବେଶ ଦିନ ରାତ୍ରୀ ପର୍ଯ୍ୟନ୍ତ ପ୍ରାଦାନ କରାଯାଇଥିଲା । 
    ଏହା ସହ, ଜିଲ୍ଲା ପ୍ରଶାସନ ସହଭାଗିତରେ ରଥଯାତ୍ରା ଦିନ ଜେଏସପିଏଲ ଫାଉଣ୍ଡେସନ୍ ପକ୍ଷରୁ ୭୦୦୦ ଗ୍ଲୁକୋଜ ପ୍ୟାକେଟ ଭକ୍ତମାନଙ୍କୁ ବଡଦାଣ୍ଡରେ ପ୍ରଦାନ କରାଯାଇଥିଲା । ରଥଯାତ୍ରାର ଦଶଦିନ ଧରି, ଜେଏସପିଏଲ ଫାଉଣ୍ଡେସନ୍ ପକ୍ଷରୁ ନିୟୋଜିତ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଭ୍ରାମ୍ୟମାଣ ପାନୀୟ ଜଳ ଟ୍ୟାଙ୍କରରେ ଲକ୍ଷ ଲକ୍ଷ ଲୋକମାନଙ୍କୁ ଥଣ୍ଡା ପାନୀୟ ଜଳ ପ୍ରଦାନ କରାଯାଇଥିଲା । ପ୍ରତ୍ୟକ ଦିନ ଏହି ଟ୍ୟାଙ୍କରଦ୍ୱାରା ୫୦୦୦ ଲିଟରରୁ ଅଧିକ ଜଳ ଯୋଗାଇ ଦିଆଯାଇଥିଲା ।
    ଜେଏସପିଏଲ ଫାଉଣ୍ଡେସନ୍ର ସହ ଅଧ୍ୟକ୍ଷା ଶ୍ରୀମତି ଶାଲୁ ଜିନ୍ଦଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଦାନ କରାଯାଇଥିବା ଏହି ସେବାକୁ ବିଭିନ୍ନ ଭକ୍ତମାନେ ପ୍ରଶଂସା କରିଥିଲେ । ଭକ୍ତମାନଙ୍କ ସେବା ନିମନ୍ତେ ସୁଯୋଗ ଦେଇଥିବାରୁ ଆମେ ପ୍ରଭୂ ଜଗନ୍ନାଥ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ । ଏହା ସବୁ ଭଗବାନ ହିଁ କରୁଛନ୍ତି, ଆମେ କେବଳ ମାଧ୍ୟମ ବୋଲି ଶ୍ରୀମତି ଜିନ୍ଦଲ କହିଥିଲେ । 
    ଜେଏପିଏଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ନିଜ ଟ୍ୱିଟ୍ ମାଧ୍ୟମରେ ରଥଯାତ୍ରାର ଶୁଭେଚ୍ଛା ଜଣାଇବା ସହିତ, ଚତୁର୍ଥ ବର୍ଷ ପାଇଁ ଜେଏସପିଏଲ ଫାଉଣ୍ଡେସନ୍ର ଏହି ମାଗଣା ଭୋଜନ ସେବା, ପାନୀୟ ଜଳ ଯୋଗାଣ ଓ ଗ୍ଲୁକୋଜ ବଂଟନ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଶଂସା କରିଥିଲେ । 
    ଏକ ୪୦ ଜଣିଆ ସ୍ୱେଚ୍ଛାସେବୀ ଦଳ ମାଧ୍ୟମରେ ଏହି ସେବାଗୁଡିକୁ ପ୍ରଦାନ କରାଯାଇଥିଲା । ଖାଦ୍ୟରମାନ, ପରିବେଶ ଓ ପରିଛନ୍ନତା ଏବଂ ପରିଚାଳନାକୁ ଭକ୍ତମାନେ ଭୂୟସୀ ପ୍ରଶଂସା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, କ୍ରମାଗତ ଚାରି ବର୍ଷଧରି ଜେଏସପିଏଲ ଫାଉଣ୍ଡେସନ୍ ପକ୍ଷରୁ ଏହି ମାଗଣା ଭୋଜନ ଓ ପାନୀୟ ଜଳ ସେବା ପ୍ରସାନ କରାଯିବା ସହ, ମାତ୍ର ୫୯ ଦିନରେ ରଥଗୁଡିକୁ ନିର୍ମାଣ କରୁଥିବା ରଥ ଶିଳ୍ପୀ ମାନଙ୍କୁ ସ୍ୱୟଂସିଦ୍ଧ ସମ୍ମାନରେ ସମ୍ମାନୀତ କରି ସେମାନଙ୍କୁ ସାମାଜିକ ସୁରକ୍ଷା ସହାୟତା ପ୍ରଦାନ କରିଆସୁଛି । 

     

    Maximum 500 characters

    ଅର୍ଥନୀତି View all

    Find Us on Facebook