Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚିଲିକା : ଦାଦା ପୁତୁରା କଳି, ବିଜେପି ଛାଡ଼ିବେ ଲଲାଟେନ୍ଦୁ

    Share on :
    ajab-Image
    Date: Jul 24, 2018    Views: 29094

    ଭୁବନେଶ୍ୱର (http://odiaspotnews.in) : ଚିଲିକା ବିଜେପି ରାଜନୀତି ଏବେ କଡ଼ ଲେଉଟାଇବାରେ ଲାଗିଛି  । ହରିଚନ୍ଦନ ପରିବାରର ରାଜନୀତିରେ ଆଉ ଅନ୍ୟ ଯୁବ ନେତାମାନେ ମୁଣ୍ଡ ଟେକି ପାରୁନାହାନ୍ତି  । ଯେଉଁ ଯୁବନେତାମାନେ ନିଜ ସ୍ୱକୀୟ ପ୍ରଚେଷ୍ଟା ଓ ପରିଶ୍ରମ ବଳରେ ବିଜେପି ସଂଗଠନକୁ ଉଠାଇଥିଲେ ସେମାନେ ଏବେ ବୀତସ୍ପୃହ ହୋଇ ଦଳ ଛାଡ଼ିବା ଭଳି ଚରମ ନିଷ୍ପତି ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି  । ଗୋଟିଏ ପଟେ ଦାଦା ବିଭୂତି ଭୂଷଣ ହରିଚନ୍ଦନଙ୍କ ଟିକେଟ ଛଡ଼ାଇ ନେବାକୁ ପୁତୁରା ପୃଥ୍ୱୀରାଜ ହରିଚନ୍ଦନ ଉଦ୍ୟମ ଜାରି ରଖିଥିବାବେଳେ ହରିଚନ୍ଦନ ପରିବାରରେ ଏବେ ତୁତୁ ମେମେ ଲାଗିଛି  । ଅପରପକ୍ଷରେ  ଦଳରେ ଆଉ ନୂଆ ମୁହଁକୁ ଗୁରୁତ୍ୱ ଦିଆଯାଉନଥିବା ଅନୁଭବ କରି ଖୁବଶୀଘ୍ର ଯୁବ ବିଜେପି ନେତା ଲଲାଟେନ୍ଦୁ ଶତପଥୀ ଦଳ ଛାଡ଼ିବେ ବୋଲି ଜାଣିବାକୁ ମିଳିଛି  । 

    ଲଲାଟେନ୍ଦୁ ଶତପଥୀ ବିଜେପିର ଜଣେ ଆଗଧାଡ଼ିର ଯୁବ ନେତା  । ସଫ୍ଟୱେୟାର ଇଞ୍ଜନିୟର ଭାବେ କାର୍ଯ୍ୟ କରୁଥିବା ଲଲାଟେନ୍ଦୁ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପିରେ ସାମିଲ ହୋଇଥିଲେ  । ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ସେ ଥିଲେ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ  । ୨୦୧୪ ସାଧାରଣ ନିର୍ବାଚନରେ ଦଳର ମିଶନ ୨୭୨+ର ରାଜ୍ୟପ୍ରଭାରୀ ମଧ୍ୟ ରହିଥିଲେ  । ଖାଲି ସେତିକିନୁହେଁ ବିଜେପି ଆଜି ସୋସିଆଲ ମିଡ଼ିଆରେ ଯେଉଁ ପ୍ରାଧାନ୍ୟ ବିସ୍ତାର କରିଛି ଲଲାଟେନ୍ଦୁ ତାହାର ମଙ୍ଗ ଧରିଥିଲେ  । ବିଜେପି ଆଇଟି ସେଲର ସେ ଥିଲେ ପ୍ରତିଷ୍ଠାତା ଆବାହକ  । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଲଲାଟେନ୍ଦୁ ଦଳର ସଂଗଠନ ଦାୟିତ୍ୱରେ ଥିଲେ  । ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ସହ ନିଘନ ସମ୍ପର୍କ ରଖିଥିବା ଲଲାଟେନ୍ଦୁ ପୂର୍ବତନ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମିଶ୍ରଙ୍କ ଅନୁଗତ ଭାବେ ମଧ୍ୟ ବେଶ ଜଣାଶୁଣା  । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଧ୍ୟ ତାଙ୍କର ନିଘନ ସମ୍ପର୍କ ରହିଛି  ।  ବିନା ଗଡ଼ଫାଦରରେ ଲଲାଟେନ୍ଦୁ ନିଜ ଦମରେ ପତିଆରା ଜାହିର କରୁଥିବାରୁ କାଳେ ସେ ଭବିଷ୍ୟତରେ ତାଙ୍କ ପାଇଁ ବିପଦ ସୃଷ୍ଟି କରିବେ ସେଥିପାଇଁ ପୃଥ୍ୱରାଜ ହରିଚନ୍ଦନ ଗେମପ୍ଲାନ କରିଛନ୍ତି  । ପରବର୍ତୀ ସମୟରେ ଲଲାଟେନ୍ଦୁଙ୍କୁ କିଭଳି ଦଳୀୟ କାର୍ଯ୍ୟରୁ ଦୂରେଇ ରଖାଯିବ ସେନେଇ ରୀତିମତ କସରତ ମଧ୍ୟ ହୋଇଥିଲା  । ବିଶ୍ୱଭୂଷଣ ହରିଚନ୍ଦନ ଓ ପୃଥ୍ୱୀରାଜ ହରିଚନ୍ଦନଙ୍କ ପତିଆରା ପାଇଁ ତାଙ୍କୁ ଦଳରେ କୋଣଠେସା କରିଦିଆଗଲା  । ସାଂଗଠନିକ ପୃଷ୍ଠଭୂମି ନଥିବା ଯୁବନେତାମାନଙ୍କୁ ପଦପଦବୀ ଦିଆଯାଇଥିଲେ ମଧ୍ୟ ଲଲାଟେନ୍ଦୁଙ୍କୁ ଅଣଦେଖା କରାଯାଇଥିଲା  । ତଥାପିବି ୨୦୧୭ ପଂଚାୟତ ନିର୍ବାଚନରେ ସେ ଚିଲିକାରେ ଢେ଼ର ପରିଶ୍ରମ କରିଥିଲେ  । ଚିଲିକାରେ ବିଜେପି ୫ ଜିଲ୍ଳା ପରିଷଦ ଆସନ ଜିଣିଥିବାବେଳେ ୪ ଜଣଙ୍କୁ ଜିତାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । ସେହିପରି ଚିଲିକା ବ୍ଲକରେ ୮ ଓ ବାଣପୁର ବ୍ଲକରେ ୪ ସରପଂଚ ଜିତାଇବାରେ ମଧ୍ୟ ତାଙ୍କର ଭୂମିକା ରହିଛି  । କିନ୍ତୁ ପଂଚାୟତ ନିର୍ବାଚନ ପରେ ଚିଲିକାରେ ସକ୍ରିୟ ହୋଇଉଠିଥିଲେ ପୃଥ୍ୱୀରାଜ  । ଗତ ୨୦୧୪ରେ ଭୁବନେଶ୍ୱରରେ ହାରିଥିବା ପୃଥ୍ୱୀରାଜ ଏବେ ଚିଲିକା ମୁହାଁ ହୋଇଛନ୍ତି  । ୨୦୧୪ରେ ବିଶ୍ୱଭୂଷଣଙ୍କୁ ଚିଲିକା ଛାଡ଼ିବାକୁ ଅମଙ୍ଗ ଭାଇ ବିଭୂତି ଭୂଷଣ ହରିଚନ୍ଦନ ପୁତୁରାଙ୍କୁ ମଧ୍ୟ ସିଟ ଛାଡ଼ିବାକୁ ରାଜି ହେଉନାହାନ୍ତି  । ତେବେ ବିଭୂତିଙ୍କ ଟିକେଟ ନେବାକୁ କସରତ ଜାରି କରିଛନ୍ତି ପୃଥ୍ୱୀରାଜ  । ଯେଉଁଥିପାଇଁ ନିକଟରେ ବିଭୂତିଭୂଷଣ ହରିଚନ୍ଦନ ବଡ଼ଭାଇଙ୍କ ନିକଟକୁ ୧୨ ପୃଷ୍ଠିଆ ଚିଠି ପଠାଇଥିବା ଚିଲିକା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ହେଉଛି  ।

    ୧୯୭୭ ଓ ୧୯୯୦ରେ ଚିଲିକାରୁ ବିଶ୍ୱଭୂଷଣ ବିଜୟୀ ହୋଇଥିବାବେଳେ ୨୦୦୦, ୨୦୦୪ ଓ ୨୦୧୪ରେ ବିଭୂତି ଭୂଷଣ ହରିଚନ୍ଦନ ବିଜୟୀ ହୋଇଥିଲେ  । ୨୦୧୯ରେ ବିଜେପି ଟିକେଟ ପାଇଁ ବିଭୂତିଭୂଷଣ ଓ ପୃଥ୍ୱୀରାଜଙ୍କ ମଧ୍ୟରେ ଲଢେ଼ଇ ଚାଲିଥିବାବେଳେ ତାହା ବିଜେପି କର୍ମୀଙ୍କୁ ବ୍ୟଥିତ କରିଛି  । ଯଦି ସବୁବେଳେ ଗୋଟିଏ ପରିବାର ଲୋକଙ୍କୁ ଦଳ ଟିକେଟ ଦେଇ ଚାଲିଥିବ ତେବେ ସଂଗଠନ ପାଇଁ ପରିଶ୍ରମ କରି ଲାଭ କ’ଣ ବୋଲି ଯୁବନେତାଙ୍କ ମନରେ ପ୍ରଶ୍ନ ସୃଷ୍ଟିହୋଇଛି  । ଲଲାଟେନ୍ଦୁଙ୍କୁ ଭଳି ଅନ୍ୟ ବହୁ ଯୁବ ନେତା ଏବେ ବିଜେପି ଛାଡ଼ିବା ପାଇଁ ନିଷ୍ପତି ନେଇଥିବାବେଳେ ଅଗଷ୍ଟରେ ଚିଲିକା ରାଜନୀତି ନୂଆ ମୋଡ଼ ନେବବୋଲି ଚର୍ଚ୍ଚା ହେଉଛି  ।

    Maximum 500 characters

    ଅଧିକ ମତାମତ

    I support Mr. Lalatendu Satpathy for changing of chilika

    Sanjay Kumar Swain

    Jul 24, 2018

    I support you Mr, Satpathy

    Sri Prakash Chandra Swain

    Jul 24, 2018

    ରାଜନୀତି View all

    Find Us on Facebook