Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସ୍କୁଲ ପିଲାଙ୍କ ସହ ଜିଲ୍ଲାପାଳଙ୍କ ମଧ୍ୟାହ୍ନ ଭୋଜନ

    Share on :
    Date: Jul 23, 2018    Views: 525

    ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର ମୀନା ଏକାଠି ମଧ୍ୟାହ୍ନଭୋଜନ କରିଛନ୍ତି । ପିଲାଙ୍କ ସହ ତଳେ ବସି ଗୋଟିଏ ପଂକ୍ତିରେ ସେ ମଧ୍ୟାହ୍ନଭୋଜନ କରିବାକୁ ନେଇ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି । ଅନେକ ସମୟରେ ମଧ୍ୟାହ୍ନଭୋଜନର ମାନକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲାପାଳଙ୍କ ଏଭଳି ଆଭିମୁଖ୍ୟ ଅନେକଙ୍କ ପାଇଁ ପ୍ରେରଣା ଯୋଗାଇଛି । ରାଜ୍ୟର ଅନେକ ଯୁବ ଜିଲ୍ଲାପାଳ ଓ ଅଧିକାରୀମାନେ ଜନତାଙ୍କ ସହ ଯୋଡ଼ିହେଉଥିବା ଦେଖିବାକୁ ମିଳିଛି । ନୟାଗଡ଼ର ପୂର୍ବତନ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସାଇକେଲରେ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ସମାଧାନ କରିଥିଲେ । ସେହିପରି ଅନେକ ଜିଲ୍ଲାପାଳମାନେ ଏବେ ସ୍କୁଲ ଯାଇ କ୍ଲାସ ନେଉଥିବା ଦେଖିବାକୁ ମିଳିଛି । କେଉଁଠି ଡାକ୍ତରମାନେ ଲୋକଙ୍କ ଘରକୁ ଯାଇ  ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ତ ଆଉ କେବେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ କାନେ୍ଧଇ ବାଟ ଚାଲୁଥିବା ଘଟଣାର ନଜିର ରହିଛି । ସରକାରୀ ଅଧିକାରୀ ଓ ପ୍ରଶାସକମାନଙ୍କର ଏଭଳି କାର୍ଯ୍ୟକ୍ରମ ଆଗାମୀ ପିଢ଼ିକୁ ଦିଗଦର୍ଶନ ଦେବ ବୋଲି ଆଶା କରାଯାଇପାରେ । 

    Maximum 500 characters

    ଅଧିକ ମତାମତ

    ପ୍ରଶାସନିକ ଅଧିକାରୀ ମାନଙ୍କ ଏଭଳି ମାନସିକତା ରହିଲେ, ନିଶ୍ଚୟ ଆମ ରାଜ୍ୟର ଉନ୍ନତି ହେବା ସଙ୍ଗେ ସଙ୍ଗେ ସାଧାରଣ ଜନତାଙ୍କ ମନରେ, ହରେଇ ଥିବା ଆସ୍ଥା ଓ ବିଶ୍ବାସ ଫେରି ଆସିବ । ସେମାନେ ନିଜ ନିଜ ସମସ୍ୟା ପ୍ରତ୍ୟକ୍ଷ ଭାବରେ ପ୍ରଶାସନିକ ଅଧିକାରୀ ମାନଙ୍କ ପାଖରେ ଉପସ୍ଥାପନା କରି ପାରିବେ । ଯାହା ଫଳରେ ଦୁର୍ନୀତି ରେ ଲିପ୍ତ ଥିବା, ତଥା ଜନସାଧାରଣଙ୍କୁ ଶୋଷଣ କରୁଥିବା କର୍ମଚାରୀ ମାନଙ୍କ ମୁଖା ଖୋଲା ଯାଇ ପାରିବ।

    କ୍ରୀଷ୍ଣା ସେଠ

    Jul 23, 2018

    ବିଶେଷ View all

    Find Us on Facebook