Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ସାନ-ସନମିରା ଇଲୁ ଇଲୁ

    Share on :
    Date: Jul 23, 2018    Views: 335

     ଯିବ ଯେତେ ଦୂର ଆମେ ଯିବା ସେତେ ଦୂର । ସବୁ ଲେଖିଦେବା ଆମ ନାଁରେ, ସହରର ସୀମା ଡେଇଁ ସବୁ ନଜରକୁ ଧୋକ୍କା ଦେଇ ହଜିଯିବା ନିଜ ଭିତରେ, ସପନର ପଥେ ପଥେ ଆ ଯିବା ସାଥିରେ । ହଁ, ସପନର ପଥେ ପାଦ ଦେଉ ଦେଉ ଆଖି ବି ଅମାନିଆ ହେଲା । ଚାଲିଲା ଆଗକୁ ଆଗକୁ । ଏଥର ଆଉ ଗୋଟିଏ ସୁନା ପିଲା ତାକୁ ଦେଖୁ ଦେଖୁ ତା’ ପାଇଁ ମଜନୁ ବନିଗଲା, ଯିଏ ନାଇଁ ନାଇଁ କରୁଥିଲା ମଜନୁ ପାଇଁ ଦିୱାନୀ ହେଲା । ତିଆରି ହେଲା ପ୍ରେମ କାହାଣୀ ‘ଲୈଲା ଓ ଲୈଲା’ । ପ୍ରେମିକା ସାଜିଲେ ସୁନ୍ଦରୀ ସନମିରା । ଏବେ ପୁଣି ସନମିରା ପଡ଼ିଛନ୍ତି ଲୋକାଲ ଟୋକା ପାଲରେ । ଆଉ କହୁଛନ୍ତି ଇଲୁ...ଇଲୁ । ଅଗଷ୍ଟ ମାସରେ ପରଦାକୁ ଆସୁଛି ବାବୁସାନ-ସନମିରା ଯୋଡ଼ିଙ୍କ ରୋମା ିକ ସିନେମା ‘ଲୋକାଲ ଟୋକା ଲଭ ଚୋଖା’ । ଖାଲି କ’ଣ ଏତିକି, ନିକଟରେ ପୁଣି ଗୋଟେ ପ୍ରେମ କାହାଣୀର ଅଫର ପାଇଛନ୍ତି ସନମିରା । ହଁ, ପୁରୁଣା ଯୋଡ଼ି ସ୍ୱରାଜ-ସନମିରାଙ୍କୁ ନେଇ ମହୁରତ ହୋଇଛି ଓଲିଉଡର ନୂଆ ସିନେମା ‘ଲଭ ଏକ୍ସପ୍ରେସ’  । ବାରିପଦା ଝିଅ ସନମିରାଙ୍କ ଡାକ ନାମ ସିଆ । ପାଠ ପଢୁ ପଢୁ ମିଳିଗଲା ଅଫର । ରଙ୍ଗୀନ ଦୁନିଆରେ ରଙ୍ଗ ଏମିତି ଲାଗିଯାଇଛି ଯେ, ସନମିରା ଆଉ ପଛକୁ ଫେରି ପାରୁନାହାନ୍ତି ।  ସିଏ ଫେରିବେ କ’ଣ? ନିର୍ମାତା, ନିଦେ୍ର୍ଧଶକ ହୁଅନ୍ତୁ କି ଦର୍ଶକ; ସମସ୍ତଙ୍କ ଆଖିର ସୁନାପାରା ସାଜିଛନ୍ତି ସନମିରା । ଷ୍ଟାରସନ ବାବୁସାନ, ଅମ୍ଳାନ, ଆକ୍ସନ ଷ୍ଟାର ସମ୍ବିତ ଓ ଅଂଶୁମାନ ଆଉ ନବାଗତ ସ୍ୱରାଜଙ୍କ ସହ ବଡ଼ ପରଦାରେ ବାଜିମାତ କରିଥିବା ସନମିରାଙ୍କ ପଛରେ ଏବେ ନିର୍ମାତାଙ୍କ ଲମ୍ବା ଲାଇନ । ଦର୍ଶକେ ବି କହିଲେଣି ସାବାସ! ସନମିରା ।

    Maximum 500 characters

    କଳା View all

    Find Us on Facebook