Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରଥଯାତ୍ରାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି

    Share on :
    Date: Jul 19, 2018    Views: 73

    ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରତି ବିଦେଶୀ ପର୍ଯ୍ୟଟଙ୍କ ଆକର୍ଷଣ ବଢୁଛି । କେବଳ ଭାରତ ନୁହେଁ, ଭାରତ ବାହାରେ ପ୍ରାୟ ୪୦ରୁ ଅଧିକ ଦେଶରେ ବର୍ତ୍ତମାନ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜିତ ହେଉଛି । ଫଳରେ ରଥଯାତ୍ରାର ଆକର୍ଷଣ ବଢିବାରେ ଲାଗିଛି । ପ୍ରତିବର୍ଷ ରଥଯାତ୍ରା ଦେଖିବା ଲାଗି ବିଶ୍ୱର ବିଭିନ୍ନ ପ୍ରାନ୍ତରରୁ ପର୍ଯ୍ୟଟକମାନେ ପୁରୀ ଆସୁଛନ୍ତି । ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦେଖିବା ପରେ ବିଦେଶୀ ପର୍ଯ୍ୟଟକମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।  ଚଳିତ ବର୍ଷ ରଥଯାତ୍ରା ଦେଖିବା ଲାଗି ବିଦେଶରୁ ୧୮୫ ଜଣ ପର୍ଯ୍ୟଟକ ଆସିଥିବା ଡିଆଇବି ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଆମେରିକାରୁ ସର୍ବାଧିକ ପର୍ଯ୍ୟଟକ ଆସିଛନ୍ତି । ଅନ୍ୟପକ୍ଷରେ ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ସମ୍ପର୍କରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପାଖରେ କିଛି ବିସ୍ତୃତ ସୂଚନା ରହୁନାହିଁ । 

    Maximum 500 characters

    ବିଶେଷ View all

    Find Us on Facebook