Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ପୁରୀରେ ମୁମ୍ବାଇ ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର

    Share on :
    Date: Jul 19, 2018    Views: 2017

    ଭୁବନେଶ୍ୱର : ରଥଯାତ୍ରା ସମୟରେ ହିନ୍ଦୀ ଟେଲି ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର କରାଯାଇଛି  । ଏନେଇ ମାହିକା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି  । ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଚାଲିଥିବାବେଳେ ପୁରୀ ପୁଲିସ ପକ୍ଷରୁ ମାହିକାଙ୍କୁ ତଥ୍ୟ ମଗାଯାଇଛି  ।

    ମାହିକା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଛନ୍ତିଯେ, ସେ ସକାଳ ଆରତୀ ଦେଖିବାକୁ ଯାଇଥିଲେ  । ତେବେ କେତେକ ଲୋକ ତାଙ୍କୁ ଦେଖି ମଜାକ ଉଡ଼ାଇଥିଲେ  । ଏମିତିକି ଜଣେ ଠେଲି ଦେଇଥିବାବେଳେ ଚାପୁଡ଼ା ମାରିବାକୁ ମଧ୍ୟ ଉଦ୍ୟମ କରିଥିଲା  । ତଥାପିବି ସେ ଶାନ୍ତ ରହିଥିଲେ  । କାହାରି ନିକଟରେ ଅଭିଯୋଗ କରିବାକୁ ଚାହିଁନଥିଲେ  । ଜଗନ୍ନାଥ ତାଙ୍କୁ ନ୍ୟାୟ ଦେବେ ବୋଲି ସେ ବିଶ୍ୱାସ କରୁଛନ୍ତି  । ଦୁର୍ବ୍ୟବହାର କରିଥିବା ଲୋକମାନେ ମଧ୍ୟ ପ୍ରଭୁଙ୍କ ସନ୍ତାନ । ମୁଁ ସେମାନଙ୍କ ଭଉଣୀ ଭଳି  । ତେଣୁ ମୁଁ ଭୁଲିଯାଇଛି  । କାରଣ ଆମେ ସମସ୍ତେ ଏକ  । ଭଗବାନ ସେମାନଙ୍କୁ ଭଲରେ ରଖନ୍ତୁ ବୋଲି ମାହିକା ଉଲ୍ଳେଖ କରିଛନ୍ତି  । ତେବେ ସେ ପ୍ରଭୂଙ୍କ ଦର୍ଶନ ପାଇଁ ଆସିଥିବାବେଳେ ଦର୍ଶନ କରିପାରିନଥିବାରୁ ଦୁଃଖିତ ବୋଲି ଲେଖିଛନ୍ତି  ।

    Maximum 500 characters

    କଳା View all

    Find Us on Facebook