Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ନିଶ ଅନୁସାରେ ଜାଣନ୍ତୁ ପୁରୁଷର ବ୍ୟକ୍ତିତ୍ୱ

    Share on :
    Date: Jul 18, 2018    Views: 3339

    ସାଧାରଣତଃ ପୁରୁଷମାନଙ୍କ ନିଶଦାଢ଼ି ଥାଏ । ନାରୀଙ୍କର ନିଶ, ଦାଢ଼ି ଉଠେନାହିଁ । ଏହା ନାରୀ / ପୁରୁଷଙ୍କ ଶରୀରର ଗଠନ ନିୟମ । ଏହାର ବ୍ୟତିକ୍ରମ ଘଟିଲେ ଫଳ ଓଲଟା ହୋଇଥାଏ । ଯେଉଁ ପୁରୁଷର ନିଶ, ଦାଢ଼ି ଉଠେନା ତାକୁ ମାଇଚିଆ, ହିଞ୍ଜଡ଼ା କୁହାଯାଏ । ଯେଉଁ ନାରୀର ନିଶ ଥାଏ ସେ ନଷ୍ଟ ଚରିତ୍ରା ଏବଂ କୁଲକ୍ଷଣୀ ହୋଇଥାଏ । ପୁରୁଷମାନଙ୍କ ବିଭିନ୍ନ ଷ୍ଟାଇଲରେ ନିଶ ସଜାନ୍ତି । ସେଇ ଅନୁସାରେ ସେମାନଙ୍କ ଚରିତ୍ର ଓ ବ୍ୟକ୍ତିତ୍ୱ ନିରୂପଣ କରାଯାଇଛି । 
    ଯାହାର ନିଶ ସିଧା, ସରଳ ସେ ଚତୁର । 
    ଯାହାର ନିଶ ବାଳ ଫରଫର ସେ ଚାଲାକିରେ କାମ ହାସଲ କରେ ।
    ଯାହାର ନିଶ ଠିଆଠିଆ ସେ ପ୍ରଭାବଶାଳୀ, ଭାଗ୍ୟବାନ ।
    ଯାହାର ନିଶ ଛୋଟ ସେ କୌଶଳରେ କାମ କରେ । 
    ଯାହାର ନିଶ କାନଯାଏ ଲମ୍ବିଥାଏ ସେ ସ୍ୱାର୍ଥପର ମାତ୍ର ବାହାଦୂର । 
    ସମ୍ବାଳୁଆ ନିଶ: ସରଳ, ନିଷ୍କପଟ, ରୋକଠୋକ କଥା । ଉଚ୍ଚ ସ୍ୱରରେ କଥାହୁଏ, ଐଶ୍ୱର୍ଯ୍ୟାଶାଳୀ । 
    ପ୍ରଜାପତିଆ ନିଶ: ଚତୁର, ଧୂରନ୍ଧର, ସବୁ କାମରେ ସଫଳତା । 
    ମାଗୁର ନିଶ: ମତଲବୀ, ହିଂସୁକ, ବଦ୍ରାଗୀ, କାମ ସରିଗଲେ ପଚାରେ ନାହିଁ । 
    ଚୁଚୁନ୍ଦ୍ରା ନିଶ: ଖୁବ ବଦ୍ରାଗୀ, କଳେବଳେ କାର୍ଯ୍ୟ ସାଧନ କରେ । 
    ତୋରାଣୀଛଣା ନିଶ: ଧାର୍ମିକ, ଉପରେ ରାଗୀ, ଭିତରେ ସ୍ନେହୀ, ଶାନ୍ତିପି୍ରୟ, ପରୋପକାରୀ । 
    ଚାଇନିଜ ନିଶ : ଚତୁର, ବୁଦ୍ଧିମାନ, ବିଶ୍ୱାସରେ ବିଷ ମିଶାଏ । କଥା ଓ କାମରେ ଅଲଗା । 
    ମଇଁଷି ଶିଙ୍ଗା ନିଶ: ବୀର, ନିର୍ଭିକ, ଧନବାନ, ସାହସୀ, ଏକାଧିକ ସ୍ତ୍ରୀଙ୍କ ସହିତ ସଂପର୍କ । 
    ମୁଛମୁଣ୍ଡ ନିଶ: ଯେଉଁମାନଙ୍କର ଆଦୌ ନିଶ ଉଠେନି ସେମାନଙ୍କୁ ମୁଛମୁଣ୍ଡିଆ କୁହାଯାଏ । ମାଇଚିଆ ହେଲେ ବି ଭାରୀ ସନେ୍ଦହୀ, କୁଚକ୍ରୀ, ସ୍ୱାର୍ଥପର, ମତଲବୀ, ସର୍ବଦା ନିଜକୁ ହୀରୋ ସଜାଇବାକୁ ଚାହାନ୍ତି । 

    Maximum 500 characters

    ଅଜବ View all

    Find Us on Facebook