Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ବିଶ୍ବର ୧୦୦ ଜଣ ସର୍ବାଧିକ ଆୟ କରୁଥିବା ତାରକାଙ୍କ ମଧ୍ୟରେ ଅକ୍ଷୟ କୁମାର ଓ ସଲମାନ୍

    Share on :
    Date: Jul 17, 2018    Views: 513

    ବିଶ୍ୱର ଅଗ୍ରଣୀ ପତ୍ରିକା ଫୋର୍ବସ ତରଫରୁ ସଦ୍ୟ ପ୍ରକାଶିତ ବିଶ୍ୱର ସର୍ବାଧିକ ଆୟକାରୀ ୧୦୦ ଜଣ ତାରକାଙ୍କ ମଧ୍ୟରେ ଭାରତ ରୁ ବଲିଉଡ ଷ୍ଟାର ଅକ୍ଷୟ କୁମାର ଓ ସଲମାନ ଖାନ ସ୍ଥାନୀତ। ୫୦ ବର୍ଷୀୟ ଅକ୍ଷୟଙ୍କ ଆୟ ୪୦.୫ମିଲିଅନ ଡ଼ଲାର ଓ ୫୨ ବର୍ଷୀୟ ସଲମାନ ଙ୍କ ଆୟ ୩୭.୭ ମିଲିଅନ ଡ଼ଲାର ବୋଲି ଏହି ପତ୍ରିକା ଉଲ୍ଲେଖ କରିବା ସହ ,ଅକ୍ଷୟ କୁମାର ଙ୍କ ଅଭିନୀତ "ଟୟଲେଟ-ଏକ ପ୍ରେମ କଥା" ଓ "ପ୍ୟାଡମାନ" ଭଳି ସାମାଜିକ ଶିକ୍ଷା ଓ ସଚେତନଧର୍ମୀ ଫିଲ୍ମ ପାଇଁ ଅକ୍ଷୟ ଙ୍କୁ ଭୁୟସୀ ପ୍ରଶଂସା ମଧ୍ୟ କରାଯାଇଛି। ଏହି ତାଲିକା ରେ ଫ୍ଲୟଡ଼ ମେୟଦର ୨୮୫ମିଲିଅନ ଡ଼ଲାର ଆୟ ସହ ଶୀର୍ଷ ରେ ଥିବା ବେଳେ ଅନ୍ୟ ନାମୀ ଚେହେରା ଙ୍କ ମଧ୍ୟ ରେ ଜର୍ଜ କ୍ଲିଉନି ୨ୟ, ରିଏଲିଟି ଟିଭି କଳାକାର ତଥା ବ୍ୟବସାୟୀ କାଇଲି ଜିନର ୩ୟ, ଫୁଟବଲ ତାରକା ରୋନାଲଡୋ ୧୦ମ, ପପ ଷ୍ଟାର କେଟି ପେରି ୧୯ତମ ,ଟେନିସ ତାରକା ରୋଜର ଫେଡରର ୨୩ତମ ,ଗାୟିକା ବେଓନ୍ସି ୩୫ତମ ଓ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ୬୬ତମ ସ୍ଥାନ ରେ ରହିଛନ୍ତି।

    Maximum 500 characters

    କଳା View all

    Find Us on Facebook