Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଶାକାହାରୀ କୁମ୍ଭୀର, ଖାଉଛି ପ୍ରସାଦ

    Share on :
    Date: Jul 17, 2018    Views: 341

    ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାର ରହସ୍ୟ ଭକ୍ତମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । ଏମିତି ଏକ ମନ୍ଦିର କେରଳରେ ରହିଛି । କେରଳର କାସରଗୋଡ଼ିରେ ଏକ ମନ୍ଦିର ପରିସରରେ ଏକ ଛୋଟ ହ୍ରଦ ରହିଛି । ଏହି ହ୍ରଦରେ ଗୋଟିଏ କୁମ୍ଭୀର ରହିଛି । କୁହାଯାଏ ଏହି ମାଈ କୁମ୍ଭୀରଟି ରହସ୍ୟମୟ ଓ ଶାକାହାରୀ । ଏହା ମନ୍ଦିରର ରକ୍ଷଣାବେକ୍ଷଣ କରେ ବୋଲି ବିଶ୍ୱାସ କରହିଛି । ଏହି କୁମ୍ଭୀରର ନାମ ବବିଆ । ଏହି କୁମ୍ଭୀର ସମ୍ପୂର୍ଣ୍ଣ ଶାକାହାରୀ ଏବଂ ଏଠାକାର ପୂଜାରୀ ତାଙ୍କୁ ପ୍ରସାଦ ଖାଇବାକୁ ଦିଅନ୍ତି ବୋଲି କୁହାଯାଉଛି ।  ଉକ୍ତ କୁମ୍ଭୀର ହ୍ରଦରେ ଥିବା ଅନ୍ୟ ଜୀବଜନ୍ତୁକୁ କେବେ କ୍ଷତି ପହଞ୍ଚାଏ ନାହିଁ । ଅନ୍ୟପକ୍ଷରେ ମନ୍ଦିର ଆଖପାଖରେ ଯଦି କିଛି ଅଶୁଭ କାମ ଘଟିବାକୁ ଯାଉଛି ତେବେ କୁମ୍ଭୀରଟି ଆଗୁଆ ସୂଚନା ଦେଇଥାଏ ।

    ଏଠାକାର ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଖରା ହେଉ କି ବର୍ଷା ହ୍ରଦରେ ଜଳସ୍ତର ସବୁବେଳେ ସମାନ ଥାଏ । ଗୋଟେ କୁମ୍ଭୀର ମରିଗଲେ ଏଠାକୁ ଆଉ ଏକ କୁମ୍ଭୀର ଚାଲିଆସେ । ଦୁଇ ଏକର ବ୍ୟାପ୍ତ ହ୍ରଦ ମଝିରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ଭଗବାନ ବିଷ୍ଣୁ ଅର୍ଥାତ ଭଗବାନ ଅନନ୍ତ-ପ୍ରଜ୍ଞାନାଭସ୍ୱାମୀଙ୍କୁ ଏଠାରେ ସ୍ଥାପନା କରାଯାଇଛି । 

    Maximum 500 characters

    ଅଜବ View all

    Find Us on Facebook