Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିଶ୍ୱକପ ହାତେଇଲା ଫ୍ରାନ୍ସ

    Share on :
    Date: Jul 16, 2018    Views: 175

    ମସ୍କୋ : ଫୁଟବଲ ମହାକୁମ୍ଭ ଶେଷ ହୋଇଛି  । କ୍ରୋଏସିଆକୁ ହରାଇ ବିଶ୍ୱକପ ହାସଲ କରିଛି ଫ୍ରାନ୍ସ  । ଚଳିତ ବିଶ୍ୱକପରେ ଆଦୌ ପରାଜୟ ବରଣ କରିନଥିବା ଫ୍ରାନ୍ସ ଦ୍ୱିତୀୟ ଥର ପାଇଁ ଚମ୍ପିଆନ ହୋଇଛି  ।

    ଫାଇନାଲ ମ୍ୟାଚ ଆରମ୍ଭରୁ ଫ୍ରାନ୍ସ ପ୍ରଭାବ ବିସ୍ତାର କରିଥିଲା  । ତେବେ ଆର୍ଜେଂଟିନା ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ବିଶ୍ୱକପରୁ ଆଉଟ କରିଥିବା କ୍ରୋଏସିଆ ମଧ୍ୟ ଲଢ଼ୁଆ ପ୍ରଦର୍ଶନ କରି କୋଟି କୋଟି ଦର୍ଶକଙ୍କ ମନ ଜିଣିପାରିଥିଲା  । 

    ଆତ୍ମଘାତୀ ଗୋଲ ପାଇଁ କ୍ରୋଏସିଆ ମ୍ୟାଚ ପ୍ରାରମ୍ଭରୁ ଚାପରେ ରହିଥିଲା  । ତେବେ କ୍ରୋଏସିଆ ଖେଳାଳୀମାନେ ଚମକôାର ପ୍ରଦର୍ଶନ କରି ପୁଣି ମ୍ୟାଚକୁ ଫେରିଥିଲେ  । ଫ୍ରାନ୍ସକୁ ଗୋଲ ଦେଇ ସେମାନେ ଚାମ୍ପିଆନ ହେବାର ଆଶା ସଂଚାର କରିଥିଲେ  । କିନ୍ତୁ ମ୍ୟାଚ ଆଗକୁ ବଢ଼ିବା ସହ ଫ୍ରାନ୍ସ ଟିମ୍ ଘନଘନ କ୍ରୋଏସିଆ ଗୋଲ ପୋଷ୍ଟ ଉପରକୁ ଆକ୍ରମଣ କରିଥିଲେ  । ଫ୍ରାନ୍ସ ତୁଳନାରେ କ୍ରୋଏସିଆ ଅଧିକ ବାର ଗୋଲ ପୋଷ୍ଟକୁ ଆକ୍ରମଣ କରିବାର ସୁଯୋଗ ପାଇଥିଲେ ମଧ୍ୟ ତାହା ଗୋଲରେ ରୂପାନ୍ତରିତ ହୋଇପାରିନଥିଲା  । କିନ୍ତୁ ଫ୍ରାନ୍ସ ସଫଳତା ପାଇଥିଲା  । ଫ୍ରାନ୍ସ ୪ଟି ଗୋଲ ଦେବାରେ ସକ୍ଷମ ହୋଇଥିବାବେଳେ କ୍ରୋଏସିଆ ୨ଟି ଗୋଲ ଦେଇପାରିଥିଲା  । 

    Maximum 500 characters

    ଖେଳ ଖବର View all

    Find Us on Facebook