Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଏଣିକି ସ୍ପିଡପୋଷ୍ଟରେ ମିଳିବ ଜମିପଟ୍ଟା

    Share on :
    Date: Jul 14, 2018    Views: 475

    ଭୁବନେଶ୍ୱର : ଏଣିିକି ଜମିପଟ୍ଟା(ଆରଓଆର) ହିତାଧିକାରୀଙ୍କୁ ସିଧାସଳଖଭାବେ ଡାକସେବାର ସୁବିଧା ନେଇ ନିର୍ଦ୍ଧିଷ୍ଟଭାବେ ସ୍ପିଡପୋଷ୍ଟ ଜରିଆରେ ପଠାଯିବ  । ଫଳରେ ହିତାଧିକାରୀଙ୍କୁ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ତହସିଲ କାର୍ଯ୍ୟାଳୟରେ ଦଲାଲଙ୍କ ହସ୍ତକ୍ଷେପକୁ ବି ରୋକିହେବ । ଏହି ମର୍ମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ।

    ଏ ନେଇ ଭାରତୀୟ ଡାକସେବା ଓ ରାଜସ୍ୱ ବିଭାଗ ମଧ୍ୟରେ ଖୁବଶୀଘ୍ର ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ବିଭାଗୀୟ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି । ସ୍ପିଡପୋଷ୍ଟ ଦ୍ୱାରା କ୍ରେତାଙ୍କ ନିକଟକୁ ଜମିପଟ୍ଟା ପ୍ରେରଣ କରାଯିବ  । ଏଥିପାଇଁ ହିତାଧିକାରୀଙ୍କୁ ସମ୍ପୃକ୍ତ କ ର୍ୃପକ୍ଷଙ୍କ ନିକଟରେ ୪୦ ଟଙ୍କା ଦାଖଲ କରିବାକୁ ହେବ । ଏଥିମଧ୍ୟରେ ୩୦ ଟଙ୍କା ଡାକ ଖର୍ଚ୍ଚ ଓ ୧୦ ଟଙ୍କା ୱାଟର ପ୍ରୁଫ ଲଫାପା ବାବଦରେ ଖର୍ଚ୍ଚ ହେବ ।

    Maximum 500 characters

    ଅଧିକ ମତାମତ

    Nice step

    Manas Ranjan sahoo

    Jul 14, 2018

    ଯୋଜନା ଓ ବିକାଶ View all

    Find Us on Facebook