Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ହୁଣ୍ଡିରୁ ଚୋରି କରୁଥିଲା ପୂଜକଙ୍କ ପୁଅ, ହୁଣ୍ଡିରେ ଲାଖିଗଲା ହାତ

    Share on :
    Date: Jul 13, 2018    Views: 3903

    ତିର୍ତୋଲ:  ବଜରଙ୍ଗବଲୀ ହନୁମାନ ଚୋରକୁ ଧରିଛନ୍ତି । କଥାଟା କାନକୁ ଅଡ଼ୁଆ ଲାଗିପାରେ । କିନ୍ତୁ ହନୁମାନଙ୍କ ଭକ୍ତ କିନ୍ତୁ ଏକଥା କହୁଛନ୍ତି । ଘଟଣାର ପରିପାଶ୍ୱର୍ିକ ସ୍ଥିତିକୁ ଦେଖିଲେ ଯେ କେହି ଭକ୍ତଙ୍କ ମୁହଁରୁ ଏକଥା ଆପେ ଆପେ ବାହାରି ଆସିବା ବି ସ୍ୱାଭାବିକ । କାରଣ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ପ ।ୟତ ଶ୍ରୀରାମପୁରସ୍ଥିତ ପ ମୁଖି ହନୁମାନ ମନ୍ଦିରରେ ଆଜି ଏକ ନିଆରା ଘଟଣା ଘଟିଛି । ମନ୍ଦିର ହୁଣ୍ଡିବାକ୍ସରୁ ଉକ୍ତ ମନ୍ଦିରର ପୂଜକଙ୍କ ପୁଅ ଟଙ୍କା ଚୋରି କରିବାକୁ ଉଦ୍ୟମ କରୁଥିବାବେଳେ ତା’ ହାତ ହୁଣ୍ଡିବାକ୍ସରେ ଅଟକି ଯାଇଛି । ହାତ ବାହାରି ନପାରିବାରୁ ସେ ଧରା ପଡ଼ିଯାଇଛି । ତେବେ ହନୁମାନଙ୍କ ଅଲୌକିକ ଶକ୍ତି ବଦଳରେ ଚୋରଟି ଧରା ପଡ଼ିଥିବା ଭକ୍ତଙ୍କ ମହଲରେ ଚର୍ଚ୍ଚା ହେଉଛି । 

    ଶ୍ରଦ୍ଧାଳୁଙ୍କ ଦାନ ସଂଗ୍ରହ ପାଇଁ ଶ୍ରୀରାମପୁର ହନୁମାନ ମନ୍ଦିର ଫାଟକ ନିକଟରେ ଏକ ହୁଣ୍ଡି ବାକ୍ସ ରଖାଯାଇଛି । ଗତକାଲି ରାତିରେ ମନ୍ଦିରର ପୂଜକ ନାରାୟଣ ତ୍ରିପାଠୀଙ୍କ ପୁଅ ଗୋବିନ୍ଦ(୨୧) ହୁଣ୍ଡିରୁ ଟଙ୍କା ଚୋରି ପାଇଁ ଉଦ୍ୟମ କରିଥିଲେ । ତେବେ ଟଙ୍କା ବାହାର କରିବା ବେଳେ ଗୋବିନ୍ଦର ହାତ ଆଉ ବାହାରିନଥିଲା । ନିରୂପାୟ ହୋଇ ସେ ବାକ୍ସ ଭିତର ସେମିତି ହାତ ପୁରାଇ ଠିଆ ହୋଇଥିଲେ । ରାତି ପାହିବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ସକାଳ ଉଦ୍ୟମ କରିଥିଲେ ବି ତାଙ୍କ ହାତ ବାହାରିନଥିଲା । ଭିତରୁ ତାଙ୍କ ହାତକୁ କେହି ଟାଣିକି ଧରିଥିବା ଗୋବିନ୍ଦ କହୁଛନ୍ତି । ଏ ସମ୍ପର୍କରେ ପୁଲିସରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି । 

    Maximum 500 characters

    ଅଜବ View all

    Find Us on Facebook