Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ନୋ ଫ୍ଲାଇଂ ଜୋନ’ ହୋଇପାରିବନି ପୁରୀ ବଡଦାଣ୍ଡ

    Share on :
    Date: Jul 12, 2018    Views: 907

    ଭୁବନେଶ୍ୱର : ପୁରୀ ବଡଦାଣ୍ଡକୁ ନୋ ଫ୍ଲାଇଂ ଜୋନ କରାଯାଇପାରିବ ନାହିଁ  । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଏଭଳି ଆବେଦନକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଗ୍ରାହ୍ୟ କରିଦେଇଛନ୍ତି  । ଏସଂକ୍ରାନ୍ତରେ ସୂଚନା ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ  ।

    ଶ୍ରୀ ଷଡ଼ଙ୍ଗୀ କହିଛନ୍ତିଯେ, ଇଂଟର ନାସନାଲ ରୁଟ ହୋଇଥିବାରୁ ପୁରୀ ବଡଦାଣ୍ଡକୁ ନୋ ଫ୍ଲାଇଂ ଜୋନ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି  । ଉଡ଼ାଜାହାଜଗୁଡ଼ିକ ୩୫ ହଜାର ଫୁଟ ଉପରେ ଉଡ଼ୁଥିବାରୁ କୌଣସି ବିପଦ ନାହିଁ  । ଯଦି ୧୦ ହଜାର ଫୁଟ ସ୍ତରକୁ ଖସିଆସେ ତେବେ ସିଗନାଲ ଦେବାର ବ୍ୟବସ୍ଥା କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook