Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଳାତ୍କାର ସମ୍ପର୍କରେ ଟ୍ୱିଟ କରି ଅଡୁଆରେ ଆଇଏଏସ ଟପ୍ପର

    Share on :
    Date: Jul 12, 2018    Views: 815

    ନୂଆଦିଲ୍ଲୀ : ପୁରୁଷ ପ୍ରାଧାନ୍ୟ, ଜନସଂଖ୍ୟା, ଅଶିକ୍ଷା, ମଦ, ଅଶ୍ଲୀଳତା, ବୈଷୟିକ ଜ୍ଞାନକୌଶଳ ଓ ସ୍ୱେଚ୍ଛାଚାରିତା ମିଶି ‘ରେପିସ୍ତାନ’ର ସୃଷ୍ଟି  । ୨୦୧୦ର ଆଇଏଏସ ଟପ୍ପର ସାହା ଫୈଜଲଙ୍କ ଏଭଳି ଟ୍ୱିଟ ଏବେ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି  । ଏନେଇ ତାଙ୍କ ବିରୋଧରେ ସରକାର ନୋଟିସ ମଧ୍ୟ ଜାରି କରିଛନ୍ତି  । 

    କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଫୈଜଲଙ୍କ ଟ୍ୱିଟ ନେଇ କୁହାଯାଇଛିଯେ,  ଫୈଜଲ କାର୍ଯ୍ୟକ୍ଷେତ୍ରରେ ସାଧୁତା ରଖିନାହାନ୍ତି କି ସରକାରୀ କାର୍ଯ୍ୟ ଠିକ ଭାବେ ତୁଲାଇ ନାହାନ୍ତି  । ସେ ଜଣେ ସରକାରୀ ଅଧିକାରୀ ଭାବେ ବ୍ୟବହାର ମଧ୍ୟ କରିନାହାନ୍ତି  । ତାଙ୍କର ଏଭଳି କାର୍ଯ୍ୟର ତଦନ୍ତ ହେବା ଆବଶ୍ୟକ  ।

    ତେବେ ଏନେଇ ଫୈଜଲ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ସେ କହିଛନ୍ତିଯେ, ‘ବଳାକôାର ସରକାରୀ ନୀତି ନିୟମିର ଅନ୍ତର୍ଭୁକ୍ତ ନୁହେଁ, ବଳାକôାର ଘଟଣାର ସମାଲୋଚନା କରିବା ଅର୍ଥ ସରକାରୀ ନୀତି ନିୟମର ସମଲୋଚନା ନୁହେଁ  । ଏଥିପାଇଁ କାହାକୁ ଦଣ୍ଡ ଦିଆଯାଇପାରିବ ନାହିଁ  । ଯଦି ସେମିତି ହୁଏେତେବ ସେ ନିଜକୁ ଦୋଷୀ ବୋଲି ମନେକରିବେ  । ବ୍ୟକ୍ତିଗତଭାବେ ବଳାକôାର ସଂସ୍କୃତିକୁ ସମାଲୋଚନା କରି ହାଲକା ମନ୍ତବ୍ୟ ଦେବାକୁ ଅପରାଧ ବୋଲି ଭାବିବା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ’ ।

    ଏବେ ଫୈଜଲ ଜାମ୍ମୁକାଶ୍ମୀର କ୍ୟାଡ଼ରର ଆଇଏଏସ ଅଫିସର ଭାବେ କାର୍ଯ୍ୟରତ । ଜାମ୍ମୁକାଶ୍ମୀର ଶକ୍ତି ଉନ୍ନୟନ ନିଗମର ନିଦେ୍ର୍ଧଶକ ଥିବା ଫୈଜଲ ବୃତି ପାଇ ଆମେରିକାରେ ଗବେଷଣା କରୁଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook