Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କେଉଁ ମନ୍ତ୍ରୀଙ୍କ ପୁଅକୁ ସିବିଆଇର ସମନ?

    Share on :
    Date: Jul 12, 2018    Views: 3909

    ଭୁବନେଶ୍ୱର : ମନ୍ତ୍ରୀଙ୍କ ପୁଅକୁ ସିବିଆଇ ସମନ  । ଏକ ପ୍ରମୁଖ ଖବରକାଗଜର ଏହି ଖବରକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି  । ଅମିତ ଶାହାଙ୍କ ଗସ୍ତ ବେଳେ ହଠାତ ସିବିଆଇ ସକ୍ରିୟ ହୋଇଥିବାବେଳେ ପୁଣି ଚିଟଫଣ୍ଡର ଅନାଲୋଚିତ ଫର୍ଦ୍ଧ ଖୋଲିବାରେ ଲାଗିଛି  । ସିସୋର ତନାଘନା ସହ ପୁଣି ଅର୍ଥତତ୍ୱର ଫାଇଲ ଖୋଲିଛି  । ତେବେ କେଉଁ ମନ୍ତ୍ରୀ ପୁଅକୁ ସମନ ହୋଇଛି ତାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି  ।

    ସିସୋର ମାମଲାରେ ଏଯାଏଁ ସିବିଆଇ ବଡ଼ ହସ୍ତୀଙ୍କୁ ବାନ୍ଧିବାରେ ସମର୍ଥ ହୋଇନାହିଁ  । କେବଳ ଅର୍ଥତତ୍ୱ ଓ ନବଦିଗନ୍ତ ମାମଲାରେ ହିଁ ପ୍ରଭାବଶାଳୀ ନେତାଙ୍କୁ ସିବିଆଇ ଗିରଫ କରିଥିଲା  । ବିଶେଷକରି ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ଭଳି ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ମୁହଁ ଖୋଲୁନାହାନ୍ତି  । ମୋର ଅନ୍ୟ ସହ ସମ୍ପର୍କ ରହିଛି, ଅମକ ଟଙ୍କା ନେଇଛନ୍ତି ବୋଲି ପ୍ରଦୀପ ଖୋଲାଖୋଲି ଭାବେ କହୁଥିବାବେଳେ ପ୍ରଶାନ୍ତ ଦାସ କିନ୍ତୁ ତାଙ୍କର କାହା ସହ ସମ୍ପର୍କ ନାହିଁ ବୋଲି କହି ଆସୁଛନ୍ତି  । ନିକଟରେ ସିସୋର ମାମଲାରେ ଦୁଇ ଆଇଏଏସ ଅଧିକାରୀଙ୍କ ଜେରା କରି ପ୍ରଶାସନିକ ମହଲରେ ସିବିଆଇ ଚହଳ ସୃଷ୍ଟି କରିଥିଲା  । ତେବେ ସିସୋର ମାମଲାରେ ସିବିଆଇକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳୁନଥିବାରୁ ପୁଣି ଏଟି ଉପରେ ଫୋକସ କରିଛି ସିବିଆଇ  ।

    ନିକଟରେ ସିବିଆଇ ଜଣେ ମନ୍ତ୍ରୀଙ୍କ ପୁଅ ଅଫିସରେ ପହଁଚି ଯାଂଚ କରିଛି  । ତେବେ କେଉଁ ମନ୍ତ୍ରୀଙ୍କ ପୁଅ ଅଫିସରେ ଯାଂଚ କରାଯାଇଛି ତାହା କିନ୍ତୁ ସ୍ପଷ୍ଟ ହୋଇପାରିନାହିଁ  । ପୂର୍ବରୁ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ମନ୍ତ୍ରୀଙ୍କ ପୁଅର ଏଟି ଲିଙ୍କ ନେଇ ଚର୍ଚ୍ଚା ହେଉଥିଲା  । ତେବେ ସଦ୍ୟ ଚର୍ଚ୍ଚା ଅନୁଯାୟୀ ଯେଉଁ ମନ୍ତ୍ରୀଙ୍କ ପୁଅ କଥା ଚର୍ଚ୍ଚା ହେଉଛି ସେ ଦକ୍ଷିଣ ଓଡ଼ିଶାର  । ଅତୀତରେ ଅନେକ କେଳେଙ୍କାରୀରେ ସେ ଛନ୍ଦି ହୋଇଯାଇଛନ୍ତି  । ତାଙ୍କରି ଅଫିସରେ ଯେଉଁ କମ୍ପୁ୍ୟଟର ପଡ଼ିଥିଲା ତାହା କୁଆଡେ଼ ଏଟି ଟଙ୍କାରେ କିଣାଯାଇଥିବା କୁହାଯାଉଛି  ।

    Maximum 500 characters

    ଅଧିକ ମତାମତ

    Surya patra pua neichi. Gambit khuntia deichi.joytiprakas jayprakash knowledge re.

    Tapan mohanty

    Jul 12, 2018

    ରାଜ୍ୟ ଖବର View all

    Find Us on Facebook