Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦୁଷ୍ମନ୍ତ କଂଗ୍ରେସ ଛାଡ଼ିବା ପରେ କଳାହାଣ୍ଡି ବିଜେଡ଼ି ରାଜନୀତି ସରଗରମ

    Share on :
    Date: Jul 12, 2018    Views: 3083

    ଭୁବନେଶ୍ୱର : କଳାହାଣ୍ଡି ବିଜେଡ଼ି ନେତାଙ୍କ ବିରୋଧ ସତ୍ୱେ ଆସନ୍ତା ଜୁଲାଇ ୧୩ରେ ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାଏକ ବିଜେଡ଼ିରେ ଯୋଗଦେବେ  । ଦୁଷ୍ମନ୍ତଙ୍କ ବିଜେଡ଼ିରେ ଯୋଗଦାନ ଖବର ଏବେ ଭବାନୀପାଟଣା ବିଜେଡ଼ି ବିଧାୟକ ଅନାମ ନାଏକଙ୍କ ଶିବିରରେ ନୈରାଶ୍ୟ ଖେଳାଇ ଦେଇଛି  । ‘ଅପରେସନ ବ୍ଲାକସ୍ପଟ’ରେ ଧରାପଡ଼ି ଅନାମ ପୂର୍ବରୁ ବଦନାମ ହୋଇ ଯାଇଥିବାରୁ ବିଜେଡ଼ି ସୁପ୍ରିମୋ ଏଭଳି ନିଷ୍ପତି ନେଉଥିବା କଳାହାଣ୍ଡି ରାଜନୀତିରେ ଚର୍ଚ୍ଚା ହେଉଛି  ।

    ଭବାନୀପାଟଣା ଥିଲା ବିଜେପିର ଗଡ଼  । ଦଳର ଟାଣୁଆ ନେତା ପ୍ରଦୀପ୍ତ ନାଏକ ଏହି ଆସନରୁ ହାଟ୍ରିକ ବିଜୟ ହାସଲ କରିବା ସହ ମନ୍ତ୍ରୀ ମଧ୍ୟ ହୋଇଥିଲେ  । କିନ୍ତୁ ୨୦୦୯ରେ ବିଜେଡ଼ି ଓ ବିଜେପି ମେଂଟ ଭାଙ୍ଗିବା ପରେ ପ୍ରଦୀପ୍ତ ପରାସ୍ତ ହୋଇଥିଲେ  । ତେବେ ସେଠାରେ ତାଙ୍କର ପଲା କିନ୍ତୁ ଭାରି ରହିଥିଲା  । ବିଜେଡ଼ି ପ୍ରାର୍ଥୀଙ୍କୁ ସେ ତିନି ନମ୍ବର ସ୍ଥାନକୁ ଠେଲି ଦେଇଥିଲେ  । ସେତେବେଳେ ଦୁଷ୍ମନ୍ତ ନାଏକ କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ  । କିନ୍ତୁ ୨୦୧୪ରେ ବିଜେଡ଼ି କଂଗ୍ରେସର ଅନ୍ୟତମ ଟାଣୁଆ ନେତା ଅନାମ ନାଏକଙ୍କୁ ପ୍ରାର୍ଥୀ କରିଥିଲା  । ଅନାମ ମଧ୍ୟ ଦୁଷ୍ମନ୍ତଙ୍କୁ ପ୍ରାୟ ୧୦ ହଜାର ଭୋଟରେ ହରାଇ ବିଜୟ ଲାଭ କରିଥିଲେ  । କିନ୍ତୁ ଅପରେସନ ବ୍ଲାକସ୍ପଟ ପରେ ଅନାମଙ୍କ ପ୍ରତି ବିଜେଡ଼ି ସୁପ୍ରିମୋଙ୍କର ଆଉ ଆସ୍ଥା ରହିନଥିଲା  । ଉକ୍ତ ଷ୍ଟିଙ୍ଗ ଅପରେସନରେ ଅନାମ ପାୱାର ପ୍ଲାଂଟ ପ୍ରତିଷ୍ଠା ପାଇଁ ଟଙ୍କା ମାଗୁଥିବା ଦେଖିବାକୁ ମିଳିଥିଲା  । ଏହି ଭିଡ଼ିଓକୁ ଅନାମ ମିଛ ବୋଲି କହୁଥିଲେ ମଧ୍ୟ ଏଭଳି ଅଭିଯୋଗ ପାଇଁ ସେ ବଦନାମ ହୋଇଯାଇଥିଲେ  । ସେହିପରି ଗତ ପଂଚାୟତ ନିର୍ବାଚନରେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ବିଜେଡ଼ି ଶୋଚନୀୟ ପରାଜୟ ବରଣ କରିଥିଲା  । ସେହି ସମୟରେ ଦୁଷ୍ମନ୍ତ ବିଜେଡ଼ିକୁ ଯିବେ ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା  । ତେବେ ଏହାକୁ କଳାହାଣ୍ଡି ବିଜେଡ଼ି ପକ୍ଷରୁ ବିରୋଧ କରାଯାଇଥିଲା  । ୨୦୧୭ ଜୁନରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ ପ୍ରାୟ ୨୮ ନେତା ଏନେଇ ବିଜେଡ଼ି ସୁପ୍ରିମୋଙ୍କୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ  । ତେବେ ଜିଲ୍ଲାର ବିଜେଡ଼ି ନେତାଙ୍କ ବିରୋଧ ସତ୍ୱେ ଦୁଷ୍ମନ୍ତ ବିଜେଡିରେ ସାମିଲ ହେଉଥିବାରୁ କଳାହାଣ୍ଡି ରାଜନୀତି ସରଗରମ ହୋଇଯାଇଛି  । ଆଗାମୀ ନିର୍ବାଚନରେ ଦୁଷ୍ମନ୍ତ ବିଜେଡ଼ି ଟିକେଟରେ ଭବାନୀପାଟଣା ଆସନରୁ ଲଢ଼ିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି  ।

    ଏଠାରେ ସୂଚାଇ ଦିଆଯାଇପାରେଯେ, କଳାହାଣ୍ଡି ଲୋକସଭା ଆସନ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଫୋକସ କରିଛନ୍ତି  । ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ବାଜିମାତ କରିଥିବାବେଳେ କଳାହାଣ୍ଡିରେ ମଧ୍ୟ ଅମିତ ଶାହା ସମାବେଶ କରିଛନ୍ତି  ।

     

    Maximum 500 characters

    ରାଜନୀତି View all

    Find Us on Facebook