Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅରବିନ୍ଦ ଢାଲି ହେଲେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ

    Share on :
    Date: Jul 11, 2018    Views: 1821

    ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ରାଜ୍ୟ ସରକାର ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି  । ଆଜି ବିହନ ନିଗମ ଅଧ୍ୟକ୍ଷ ପଦରୁ ଯୋଗେନ୍ଦ୍ର ତ୍ରିପାଠୀ ଇସ୍ତଫା ଦେଇଥିଲେ  । ଯୋଗେନ୍ଦ୍ରଙ୍କ ସ୍ଥାନରେ ଅରିବନ୍ଦ ଢାଲିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି  ।

    ସୂଚନାଯୋଗ୍ୟଯେ, ଅରବିନ୍ଦ ଢାଲି ବିଜେପିର ଜଣେ ଆଗଧାଡ଼ିର ନେତା ଥିଲେ  । ମାଲକାନାଗିରି ଜିଲ୍ଲାରେ ତାଙ୍କର ଢେ଼ର ପ୍ରଭାବ ରହିଛି  । ମାଲକାନାଗିରି ଆସନରୁ ସେ ୩ ଥର ବିଜେପି ଟିକେଟରେ ବିଜୟୀ ହୋଇଥିଲେ  । ଏପରିକି ରାଜ୍ୟରେ ବିଜୁବାବୁଙ୍କ ସରକାର ଥିବାବେଳେ ମଧ୍ୟ ସେ ମାଲକାନାଗିରି ଉପନିର୍ବାଚନରେ ବିଜୟୀ ହୋଇ ଚକିତ କରିଦେଇଥିଲେ  । ପରେ ସେ ବିଭିନ୍ନ ଦଳ ବଦଳାଇ ଶେଷକୁ ବିଜେଡ଼ିରେ ଯୋଗ ଦେଇଥିଲେ  । ବିଜେଡ଼ି ଟିକେଟରେ ସେ ଜୟଦେବ ଆସନରୁ ବିଜୟୀ ମଧ୍ୟ ହୋଇଥିଲେ  । ନବୀନ ସରକାରରେ ସେ ବାଣିଜ୍ୟ ଓ ସମବାୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook