Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜୁଲାଇ ତୃତୀୟ ସପ୍ତାହରେ କଂଗ୍ରେସ ସାଧାରଣ ସମ୍ପାଦକ ଓ ପିସିସି ସଭାପତିଙ୍କୁ ଭେଟିବେ ରାହୁଲ ଗାନ୍ଧୀ

    Share on :
    Date: Jul 11, 2018    Views: 2359

    ଭୁବନେଶ୍ୱର : ଚଳିତ ମାସ ତୃତୀୟ ସପ୍ତାହରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ସବୁ ରାଜ୍ୟର ପିସିସି ସଭାପତି, ଏଆଇସିସି ସାଧାରଣ ସମ୍ପାଦକ ଓ ସମ୍ପାଦକମାନଙ୍କୁ ଭେଟିବେ  । ଏଥିପାଇଁ ରାହୁଲ ନେତାମାନଙ୍କୁ ହୋମୱାର୍କ ଦେଇଛନ୍ତି  । ୨୦୧୯ ପାଇଁ ରଣନୀତି ନିର୍ଦ୍ଧାରଣ କରିବା ନିମନ୍ତେ ତଥ୍ୟ ସଂଗ୍ରହ କରାଯାଉଛି  । କେଉଁ ରାଜ୍ୟରେ ଦଳର ସ୍ଥିତି କ’ଣ ରହିଛି, କେଉଁ ଲୋକସଭା ନିର୍ବାଚନମଣ୍ଡଳୀରେ ବିଜୟର ସମ୍ଭାବନା ରହିଛି ଆଦି ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରୁଛି ଏଆଇସିସି  । ତଥ୍ୟ ଆଧାରରେ ଦଳ ପରବର୍ତ୍ତୀ ନିର୍ଦ୍ଧାରଣ କରିବ  । କେଉଁ ରାଜ୍ୟରେ କାହା ସହ ମେଂଟ ହେବ, କ’ଣ କରାଗଲେ ବିଜେପିକୁ ଅଟକାଇ ହେବ ଆଦିକୁ ଅନୁଶୀଳନ କରି ରାହୁଲ ୨୦୧୯ର ରଣନୀତି ସ୍ଥିର କରିବେ  । 

    କଂଗ୍ରେସ ସାଧାରଣ ସମ୍ପାଦକ ଅଶୋକ ଗେହଲଟ ସମସ୍ତ ଏଆଇସିସି ସାଧାରଣ ସମ୍ପାଦକ, ସମ୍ପାଦକ, ପ୍ରଭାରୀ ଓ ପିସିସି ସଭାପତିମାନଙ୍କୁ ପତ୍ର ଲେଖିଛନ୍ତି  । ଜୁଲାଇ ୧୫ ସୁଦ୍ଧା ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀର ତଥ୍ୟ ପ୍ରଦାନ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି  । ସେହିପରି  ରାହୁଲ ଗାନ୍ଧୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ନିମନ୍ତେ ସମସ୍ତ ନେତାମାନଙ୍କ ସହ ଖୁବଶୀଘ୍ର ଆଲୋଚନା କରିବେ  । ଜୁଲାଇ ତୃତୀୟ ସପ୍ତାହରେ ରାହୁଲ ଗାନ୍ଧୀ ଏହି ନେତାମାନଙ୍କ ସହ ଆଲୋଚନା କରିବେ ବୋଲି ଗେହଲଟ ସୂଚନା ଦେଇଛନ୍ତି  । 

    ପିସିସି ସଭାପତି ଓ ସାଧାରଣ ସମ୍ପାଦକମାନେ ନିଜ ନିଜ ରାଜ୍ୟରେ କଂଗ୍ରେସର ସ୍ଥିତି, ଲୋକସଭା ନିର୍ବାଚନମଣ୍ଡଳୀର ସ୍ଥିତି ସମ୍ପର୍କରେ ଅବଗତ କରାଇବେ  । କେଉଁ କେଉଁ ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତି ସୁଦୃଢ଼ ରହିଛି, କେଉଁ କେଉଁ ନିର୍ବାଚନମଣ୍ଡଳୀରେ ଦଳର ଦୁର୍ବଳତା ରହିଛି, ଦଳର ଭୋଟ ପ୍ରତିଶତ କେତେ ରହିଛି ଆଦି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ  । ଏତଦବ୍ୟତୀତ ଗତ ନିର୍ବାଚନରେ ଦଳ କେତେ ଭୋଟ ପାଇଥିଲା, କ’ଣ କରାଗଲେ ଦଳର ଭୋଟ ହାର ବୃଦ୍ଧିପାଇବ, ବୁଥ କମିଟିର ସ୍ଥିତି କ’ଣ ରହିଛି, ନିର୍ବାଚନର ମୁଖ୍ୟ ପ୍ରସଙ୍ଗ କ’ଣ ରହିବ, କେଉଁ କେଉଁ କେଉଁ ନେତା ସାଧାରଣ ଜନତାଙ୍କୁ ପ୍ରଭାବିତ କରିପାରିବେ ଆଦି ସମ୍ପର୍କରେ ମଧ୍ୟ ରିପୋର୍ଟ ତଲବ କରାଯାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook